ବିଜେପିର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ କରିଛନ୍ତି । ନାମାଙ୍କନପତ୍ର ଦାଖଲ ପୂର୍ବରୁ ଭୋପାଳସ୍ଥିତ ବାସଭବନରେ ଶିବରାଜ ସ୍ତ୍ରୀଙ୍କ ସହ ପୂଜାର୍ଚ୍ଚନା କରି ସମର୍ଥକଙ୍କ ସହ ଏକ ରୋଡ ଶୋ’ରେ ବାହାରି କଲେକ୍ଟରଙ୍କ କାର୍ଯ୍ୟାଳୟରେ ପହଞ୍ଚି ଥିଲେ ।
ଚୌହାନ କହିଛନ୍ତି, ‘ଜନସେବା ମୋ ଜୀବନର ଲକ୍ଷ୍ୟ । ଜୀବନର ପ୍ରତ୍ୟେକ ମୁହୂର୍ତ୍ତ, ପ୍ରତ୍ୟେକ ନିଶ୍ୱାସ ଜନସାଧାରଣଙ୍କ ପାଇଁ ଉତ୍ସର୍ଗୀକୃତ । ବିଦିଶା ଆସନ ଲାଗି ନାମାଙ୍କନ ଭରିବା ପୂର୍ବରୁ ଶିବରାଜ ସିଂ ଚୌହାନ ଏକ ରୋଡ ସୋ କରିଥିଲେ । ଏହି ସମୟରେ ତାଙ୍କ ନାମାଙ୍କନପତ୍ର ଦାଖଲ କରିବାବେଳେ ସେ କହିଥିଲେ, ‘ମୋର ସୌଭାଗ୍ୟ ଯେ ମୋତେ ପୁନର୍ବାର ଜନସାଧାରଣଙ୍କ ସେବା କରିବାର ସୁଯୋଗ ମିଳିଛି..