ଭୁବନେଶ୍ୱର : ରାଜ୍ୟ ସରକାର ଆଜି OAS ସ୍ତରରେ ଅଦଳବଦଳ କରିଛନ୍ତି । ୧୯ ଜଣ OASଙ୍କୁ ଅଦଳବଦଳ କରିଛନ୍ତି ସରକାର । ଏନେଇ ରାଜସ୍ବ ଏବଂ ବିପର୍ୟ୍ୟୟ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟ ପ୍ରଶାସନିକ ସେବାରେ କିରଛନ୍ତି ଅଦଳବଦଳ । ଜଗତସିଂହପୁର, ବିଜ୍ଞାନ କୁମ୍ଭାରଙ୍କୁ କଳାହାଣ୍ଡି, ଅଶ୍ୱିନୀ କୁମାର ଦାସଙ୍କୁ ବରଗଡ଼, ଶିବବ୍ରତ ତ୍ରିପାଠୀଙ୍କୁ କେନ୍ଦୁଝର, ସୁବତ୍ର ଆର. ଶତପଥୀଙ୍କୁ ଖୋର୍ଦ୍ଧା ଡେପୁଟି କଲେକ୍ଟର ଭାବେ ପରିବର୍ତ୍ତନ କରାଯାଇଛି । ତାପସ କୁମାର ସେଠୀ ସୁକିନ୍ଦା ଓ ଯଶୋବନ୍ତ ବେହେରା ସମଖୁଣ୍ଟା ବିଡିଓ, ପବିତ୍ର କୁମାର ସାମଲ ଖୋର୍ଦ୍ଧା ସବରେଜିଷ୍ଟ୍ରାର, ଆକାଂକ୍ଷା ଅଭିଜିତା ଷ୍ଟାଫ ସିଲେକ୍ସନ କମିଶନର ଅନୁସଚିବ ଓ ତ୍ରିଷ୍ଣା ବିଶ୍ୱାଳ ରାଜ୍ୟ ସୂଚନା କମିଶନରଙ୍କ ଅନୁସଚିବ ଭାବେ ନିଯୁକ୍ତି ପାଇଛନ୍ତି । ଅଦ୍ୱୈତ କୁମାର ସ୍ୱାଇଁଙ୍କୁ ବ୍ରହ୍ମପୁର ମହାନଗର ନିଗମକୁ ଟ୍ରାନ୍ସଫର କରାଯାଇଛି । ଏନେଇ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି ।
previous post
