ଅପରାଧଓଡିଶା

କମେଣ୍ଟମରାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୪ଜଣଙ୍କୁ ନିର୍ମମ ହତ୍ୟା

ଗଞ୍ଜାମ: ହିଞ୍ଜିଳିରେ ଗୋଷ୍ଠୀ ସଂଘର୍ଷ ଲାଗି ୪ଜଣଙ୍କୁ ନିର୍ମମ ହତ୍ୟା ।ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ତଥା ହିଞ୍ଜିଳି ଥାନା ଅଧୀନ ପିତ୍ତଳ ଛକ ନରେନ୍ଦ୍ରପୁରରେ ବିଳମ୍ବିତ ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ଭୟଙ୍କର ସଂଘର୍ଷ ଘଟି ୪ ଜଣଙ୍କୁ ନିର୍ମମ ହତ୍ୟା କରାଯାଇଛି । ଏହି ଘଟଣାରେ ଆଉ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସଂଘର୍ଷର କାରଣ ଏବେ ପର୍ଯ୍ୟନ୍ତ ଜଣା ପଡ଼ିନାହିଁ। ରାତି ପ୍ରାୟ ସାଢ଼େ ୧୨ଟାରୁ ଗୋଟାଏ ମଧ୍ୟରେ ଏହି ସଂଘର୍ଷ ଘଟିଥିବା ସୂଚନା ମିଳିଛି ।ଗୋଟିଏ ପରିବାର ତିନି ଭାଇ ଓ ସମ୍ପର୍କୀୟଙ୍କୁ ହତ୍ୟା କରାଯାଇଛି ।ତେବେ ଘଟଣାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ସୂଚନା ଅନୁଯାୟୀ,ହିଞ୍ଜିଳି ଥାନା ଅଧୀନ ପିତ୍ତଳ ଛକରେ ଥିବା ଏକ ଫାଷ୍ଟଫୁଡ ଦୋକାନରେ ଗଣ୍ଡଗୋଳ ହୋଇଥିଲା । ପରବର୍ତ୍ତୀ ସମୟର ଏହା ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା । ଦୁଇ ଗୋଷ୍ଠୀ ପରସ୍ପରକୁ ସଶସ୍ତ୍ର ଆକ୍ରମଣ କରିଥିଲେ ।ଫଳରେ ଘଟଣାସ୍ଥଳରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି ।ତେବେ ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି ।

Related posts

ଓଡ଼ିଶାରେ କରୋନା; କେପି.୨ର ୧୭ ମାମଲା

mahabharatanews

ଭିଜିଲାନ୍ସ ଜାଲରେ ଇଡକୋ ଭୁବନେଶ୍ୱରର ଆସିଷ୍ଟାଣ୍ଟ ମ୍ୟାନେଜର

mahabharatanews

ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡାକଡି 

mahabharatanews