ଓଡିଶା

ଓଡ଼ିଶା ବନାଞ୍ଚଳ ଉନ୍ନୟନ ସଂଯୋଗୀକରଣ କାର୍ଯ୍ୟକ୍ରମରେ ଚାଷୀଙ୍କୁ ବିନା ମୂଲ୍ୟରେ ବିହନ ବଣ୍ଟନ

(ରାଇରଙ୍ଗପୁର): ଓଡିଶା ବନାଞ୍ଚଳ ଉନ୍ନୟନ କାର୍ୟ୍ୟକ୍ରମ ମାଧ୍ୟମରେ ମଣନ୍ଦା ବନାଞ୍ଚଳ ଅନ୍ତର୍ଗତ କେସମ ଗ୍ରାମରେ ଆଇଟିଡିଏ ରାଇରଙ୍ଗପୁର ତରଫରୁ ଆଦିବାସୀ ଚାଷୀ ମାନଙ୍କୁ ଉନ୍ନତମାନର ମକା ଏବଂ ବିହନ ବିନା ମୂଲ୍ୟରେ ବଣ୍ଟନ କରାଯାଇଛି।
ଓଡିଶା ବନାଞ୍ଚଳ ଉନ୍ନୟନର ସଂଯୋଗୀକରଣ କାର୍ୟ୍ୟକ୍ରମ ଜଙ୍ଗଲ ନିକଟସ୍ଥ ଆଦିବାସୀ ମାନଙ୍କର ସାମାଜିକ ଓ ଆର୍ଥିକ ଜୀବନ ଜୀବିକାର ବିକାଶ ନିମନ୍ତେ ଏହି ମକା ଚାଷ ସେମାନଙ୍କ ଆର୍ଥିକ ମାନଦଣ୍ଡକୁ ସୁଦୃଢ କରିବ ବୋଲି ଆଶା କରାଯାଉଛି। ମଣନ୍ଦା କ୍ଷେତ୍ର ପରିଚାଳନା କାର୍ୟ୍ୟାଳୟ ପକ୍ଷରୁ ମକା ଏବଂ ଅନ୍ୟାନ୍ୟ ଚାଷ ନିମନ୍ତେ ଚାଷୀ ମାନଙ୍କୁ ବିନା ମୂଲ୍ୟରେ ଆଇଟିଡିଏ ଦ୍ୱାରା ବିହନ ଯୋଗାଇ ଦିଆଯାଇଛି। ସେହିପରି ଏହି କାର୍ୟ୍ୟକ୍ରମରେ ବହୁ ଚାଷୀ ଜମିରେ ମକା ଚାଷ କରିବା ପାଇଁ ବିହନ ନେଇଛନ୍ତି।
ତେବେ ଏହି କାର୍ୟ୍ୟକ୍ରମକୁ ରାଇରଙ୍ଗପୁର ବନଖଣ୍ଡର ବିଷୟଭିତ୍ତିକ ବିଶେଷଜ୍ଞ ଶ୍ରୀ ତ୍ରିଲୋଚନ ରାୟ ଏବଂ ଶ୍ରୀ ଲୋକନାଥ ସାହୁ ପ୍ରଶଂସା କରିଛନ୍ତି। ସେହିପରି ମଣନ୍ଦା କ୍ଷେତ୍ର ପରିଚାଳନାର ସଂଯୋଜକ ଶ୍ରୀ ବିଜୟ କେତନ ବିଶ୍ୱାଳ ସୁଚାରୁରୂପେ ପରିଚାଳନା କରିଛନ୍ତି। ମଣନ୍ଦା କ୍ଷେତ୍ର ପରିଚାଳନାର ମୁଖ୍ୟ ଶ୍ରୀ ବନବିହାରୀ ସର୍ଦ୍ଦାର ଉକ୍ତ କାର୍ୟ୍ୟକ୍ରମକୁ ତଦାରଖ କରିବା ସହିତ କାର୍ୟ୍ୟକ୍ରମକୁ ପ୍ରଶଂସା ମଧ୍ୟ କରିଛନ୍ତି।

Related posts

ବଢୁଛି ତାତି; ଅସ୍ତବ୍ୟସ୍ତ ଜନଜୀବନ  

mahabharatanews

ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର

mahabharatanews

ବନ୍ଧା ହେଲେ ରତନପୁର ପଞ୍ଚାୟତର ଏଗଜିକ୍ୟୁଟିଭ ଅଫିସର

mahabharatanews