ଭାରତ

ଆସନ୍ତାକାଲି କୃଷକଙ୍କ ‘ଦିଲ୍ଲୀ ଚଲୋ ଅଭିଯାନ’ 

(ଦିଲ୍ଲୀ) : ସରକାରଙ୍କ ସହ ଆଲୋଚନା ପରେ ବି ଥମୁନି ଚାଷୀ ଆନ୍ଦୋଳନ । ଏହା ପରେ ବି ଜାରି ରହିବ ଆନ୍ଦୋଳନ । କେନ୍ଦ୍ର ସରକାରଙ୍କ ୫ବର୍ଷର ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ର ନୂତନ ପ୍ରସ୍ତାବକୁ କୃଷକମାନେ ପ୍ରତ୍ୟାଖ୍ୟାନ କରିଛନ୍ତି । ଏହା ପରେ ଫେବୃଆରୀ ୨୧ରେ ‘ଦିଲ୍ଲୀ ଚଲୋ ଅଭିଯାନ’ କରି ସେମାନେ ଦିଲ୍ଲୀ ଯିବେ ବୋଲି କୃଷକମାନେ କହିଛନ୍ତି ।

ସୂଚନାନୁଯାୟୀ , ଏମଏସପି ଉପରେ କେନ୍ଦ୍ର ସରକାରଙ୍କ ନୂତନ ଯୋଜନାକୁ ପ୍ରତ୍ୟାଖ୍ୟାନ କରି କୃଷକ କହିଛନ୍ତି ଯେ ଏହା ଚାଷୀଙ୍କ ସ୍ୱାର୍ଥରେ ନୁହେଁ । ସେମାନେ ଫେବୃଆରୀ ୨୧ତାରିଖ ସକାଳେ ‘ଦିଲ୍ଲୀ ଚଲୋ’ ପଦଯାତ୍ରା ଆରମ୍ଭ କରିବେ ଆନ୍ଦୋଳନରତ ଚାଷୀ । ବିଦ୍ୟାଳୟକୁ ମୋବାଇଲ୍ ନେବା ଉପରେ ରୋକ୍ ଲଗାଇଲେ ବ୍ରିଟେନ ସରକାର କୃଷକ ନେତାମାନେ କହିଛନ୍ତି ଯେ ସରକାରଙ୍କ ଏମଏସପି ପ୍ରସ୍ତାବରେ କୌଣସି ସ୍ପଷ୍ଟତା ନାହିଁ ଏବଂ ସେମାନେ କେବଳ ଡାଲି, ମକା ଏବଂ କପା ଫସଲ ନୁହେଁ ସମସ୍ତ ୨୩ ଫସଲ ଉପରେ ଏମଏସପି ଚାହୁଁଛନ୍ତି । ସୋମବାର (ଫେବୃଆରୀ ୧୯) ସଂଯୁକ୍ତ କିସାନ ମୋର୍ଚ୍ଚା (ଅଣ-ରାଜନୈତିକ) ନେତା ଜଗଜିତ ସିଂ କହିଛନ୍ତି ଯେ କେନ୍ଦ୍ର ସରକାର ୧.୭୫ଲକ୍ଷ କୋଟି ଟଙ୍କା ମୂଲ୍ୟରେ ତେଲ ଆମଦାନୀ କରୁଛନ୍ତି । ସେ କହିଛନ୍ତି ଯେ ଯଦି ଚାଷୀଙ୍କ ଦ୍ୱାରା ଉତ୍ପାଦିତ ତୈଳବୀଜ ପାଇଁ ଏହି ପରିମାଣ ଧାର୍ଯ୍ୟ କରାଯାଏ, ତେବେ ଏହା ସେମାନଙ୍କ ପାଇଁ ଲାଭଦାୟକ ହେବ ।

Related posts

ଡେବ୍ୟୁ କଲେ ଜୁନିୟର ତେନ୍ଦୁଲକର

mahabharatanews

ଆଜିଠୁ ‘ଜି୨୦’ ବୈଠକ, ବାଦ ପଡିବ ଚୀନ୍

mahabharatanews

ପ୍ରଥମ ଥର ନଜର ଆସିଲା ରାଫେଲ ସହ ସ୍କୈଲ୍ପ କ୍ରୁଜ ମିସାଇଲ 

mahabharatanews