ଅପରାଧଓଡିଶା

ଝିଅକୁ ମାରି ବାପାର ଆତ୍ମହତ୍ୟା !

ନୟାଗଡ଼:  ବନ୍ଦ ଘର ଭିତରୁ ବାପା, ଝିଅଙ୍କ ମୃତଦେହ ଉଦ୍ଧାର । ନୟାଗଡ଼ ସହର ଦେବୋତ୍ତର ଲେନ୍‌ ୪ରେ ଘର ଭିତରୁ ଉଦ୍ଧାର ହୋଇଛି ଦୁହିଁଙ୍କ ମୃତଦେହ । ବାପାର ମୃତଦେହ ଝୁଲନ୍ତା ଅବସ୍ଥାରେ ଘର ଭିତରୁ ଉଦ୍ଧାର ହେବା ସହ ୫ ବର୍ଷର ଝିଅର ମୃତଦେହ ବେଡ୍‌ ଉପରୁ ଉଦ୍ଧାର କରାଯାଇଛି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାଲା ଭାଙ୍ଗି ବାପ, ଝିଅଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ଛୋଟ ଝିଅକୁ ମାରି ବାପା ଆତ୍ମହତ୍ୟା କରିଥିବା ପୋଲିସର ସନ୍ଦେହ କରୁଛି । ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ୩ ମାସ ପୂର୍ବେ ୨ୟ ବିବାହ କରିଥିଲେ ମୃତକ । ମୃତ ବାପଝିଅ ହେଲେ ପୁଲକ ବିଶ୍ୱାଳ ଓ ତାଙ୍କ ୫ ବର୍ଷର ଝିଅ ପଲକ ବିଶ୍ୱାଳ।

ସୂଚନା ଅନୁସାରେ ପତ୍ନୀ ଓ ଝିଅଙ୍କୁ ନେଇ ପୁଲକ ବିଶ୍ୱାଳଙ୍କ ସଂସାର ବେଶ ହସଖୁସିରେ ଚାଲିଥିଲା। ମାତ୍ର ଅଚାନକ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ଘୋଟି ଆସିଥିଲା କଳା ବାଦଲ । ଝିଅକୁ ନେଇ କିପରି ବାକି ଜୀବନ କାଟିବେ ଭାବି ୩ ମାସ ପୂର୍ବେ ଦ୍ୱିତୀୟ ବିବାହ କରିଥିଲେ ପୁଲକ ।  କିଛି ପାରିବାରିକ ଅଶାନ୍ତି ପାଇଁ ଏଭଳି ଚରମ ନିଷ୍ପତି ନେଇଥିବା ସନ୍ଦେହ କରାଯାଉଛି ।

ଗତ ସୋମବାର ପୁଲକଙ୍କ ଦ୍ୱିତୀୟ ପତ୍ନୀ ବାପ ଘରକୁ ଯାଇଥିଲେ । ବାପ ଘରେ ୨ ଦିନ ରହି ନୟାଗଡ଼ସ୍ଥିତ ସ୍ୱାମୀଙ୍କ ପାଖକୁ ଆସିଥିଲେ । ହେଲେ ଘର ଭିତରୁ କବାଟ ବନ୍ଦ ଥିଲା । ଭିତରୁ ତାଲା ପଡ଼ିଥିବା ଦେଖି ବହୁ ସମୟ ପର୍ଯ୍ୟନ୍ତ କବାଟ ବାଡେଇଥିଲେ। ପରେ ସନ୍ଦେହ ହେବାରୁ ପୁଲିସକୁ ଖବର ଦେଇଥିଲେ । ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ନୟାଗଡ଼ ଟାଉନ ଥାନା ପୁଲିସ ବିଳମ୍ବିତ ରାତିରେ ପହଞ୍ଚି ତାଲା ଭାଙ୍ଗି ଘରେ ପଶିଥିଲା । ଘର ଭିତରେ ବାପାର ମୃତ ଦେହ ଝୁଲନ୍ତା ଅବସ୍ଥାରେ ଥିବା ବେଳେ ୫ ବର୍ଷର ଝିଅର ମୃତଦେହ ବେଡ଼୍ରେ ପଡ଼ିରହିଥିବା ପୁଲିସ୍‌ ଦେଖିବାକୁ ପାଇଥିଲା ।

Related posts

କଣିହାଁ ବ୍ଲକର ବିଭିନ୍ନ ଗାଁରେ ଦୋଳ ଯାତ୍ରା ପାଳନ

mahabharatanews

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୯୦୪ ସଂକ୍ରମିତ ଚିହ୍ନଟ

mahabharatanews

ନଦୀରୁ ବସ୍ତାରେ ବନ୍ଧା ୨ ମୃତଦେହ ଉଦ୍ଧାର

mahabharatanews