ଓଡିଶା

ପୁଅର ମୃତ୍ୟୁକୁ ନେଇ ବାପାଙ୍କ ଅଭିଯୋଗ

ଅନୁଗୁଳ (ଜ୍ୟୋତିରଞ୍ଜନ ଧର): ଅନୁଗୁଳ କଣିହାଁ ବ୍ଲକ ଶିପୁର ନନ୍ଦକିଶୋର ଉଚ୍ଚବିଦ୍ୟାଳୟ ଖେଳ ପଡିଆ ନିକଟସ୍ଥ ଏକ ଆମ୍ବ ଗଛରୁ ଗୋଟିଏ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତକ ଜଣଙ୍କ ବିରୁ ଗ୍ରାମର ଦୁଃଖବନ୍ଧୁ ପ୍ରଧାନଙ୍କ ପୁଅ ନବୀନ ପ୍ରଧାନ(୨୨) ବୋଲି ଥାନା ଆଇଆଇସି ଲବ ବୋଡା ସୂଚନା ଦେଇଛନ୍ତି ।
ଦୁଃଖବନ୍ଧୁଙ୍କ ଅଭିଯୋଗ ମୁତାବକ, ନବୀନ ଢେଙ୍କାନାଳ ଜିଲ୍ଲା ଭୂଷଣ କମ୍ପାନୀର ଏକ ଠିକା ସଂସ୍ଥା ଅଧୀନରେ ଶ୍ରମିକ ଭାବରେ କାମ କରି ଆସୁଥିଲେ । ବୁଧବାର ପୂର୍ବାହ୍ନ ବେଳେ ବିରୁ ଗ୍ରାମରେ ପହଞ୍ଚିବା ପରେ ବାଇକ ଧରି ସ୍ଥାନୀୟ କର୍ଣ୍ଣପାଳ ଗ୍ରାମକୁ ଯାଇଥିଲେ ନବିନ । ନବୀନ ରାତି ପର୍ୟ୍ୟନ୍ତ ଘରକୁ ଫେରି ନଥିବା ବେଳେ ଆଜି ତାଙ୍କ ମୃତ ଶରୀର ଗଛରେ ଝୁଲୁଥିବାର ଖବର ମିଳିଥିଲା । ସ୍ଥାନୀୟ ଲୋକଙ୍କ ଖବର ପାଇ ପରିବାର ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ପୋଲିସ ଶବକୁ ଜବତ କରିବା ସହିତ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ ପାରିପାଶ୍ୱିର୍କ ଝୁଲନ୍ତା ଅବସ୍ଥାରେ ମଧ୍ୟ ନବୀନଙ୍କ ଗୋଡ଼ ମାଟିରେ ଲାଗିଥିବାରୁ ଏହା ଏକ ହତ୍ୟା ଘଟଣା ବୋଲି ନେଇ ସନ୍ଦେହ ଉପୁଜିଛି । ଏନେଇ ମୃତକଙ୍କ ବାପା ଦୁଃଖବନ୍ଧୁ ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ପୋଲିସ ସାଇଣ୍ଟିଫିକ ଟିମର ସହାୟତାରେ ତଦନ୍ତ କରୁଥିବା ପ୍ରକାଶ କରିଛନ୍ତି ଆଇଆଇସି ।

Related posts

ଭତ୍ତାଧାରୀ ବୟସ୍କଙ୍କ ସହ ବିଜେପିର ପ୍ରତାରଣା: ନବୀନ ପଟ୍ଟନାୟକ

mahabharatanews

ନଦୀରେ ବୁଡି ୨ ଯୁବକଙ୍କ ମୃତ୍ୟୁ

mahabharatanews

ଭୁବନେଶ୍ୱରରେ ପହଞ୍ଚିଲା ସହିଦ ଯବାନଙ୍କ ମରଶରୀର

mahabharatanews

Leave a Comment