ମନୋରଞ୍ଜନ

 OTTରେ ‘ଶୈତାନ’

(ମୁମ୍ବାଇ) : ଅଜୟ ଦେବଗନ୍ ଏବଂ ଆର ମାଧବନଙ୍କ ଅଭିନୀତ ଚଳଚ୍ଚିତ୍ର ‘ଶୈତାନ’ ପ୍ରେକ୍ଷାଳୟରେ ଚହଳ ସୃଷ୍ଟି କରିଥିଲା । ଏହି ଚଳଚ୍ଚିତ୍ରର କାହାଣୀ ଗୁଣି ଗାରେଡି ଉପରେ ଆଧାରିତି । ପ୍ରାୟ ୨ ମାସ ଧରି ଏହି ଫିଲ୍ମ ବକ୍ସ ଅଫିସକୁ ରାଜ୍ କରିଥିବା ଏବଂ ବହୁତ ଭଲ ବ୍ୟବସାୟ ମଧ୍ୟ କରିବାରେ ସଫଳ ହୋଇଥିଲା ।

ସେହିପରି ଏହି ସିନେମାର ଓଟିଟି’ରିଲିଜକୁ ଦର୍ଶକ ବେଶ୍ ଉତ୍ସାହର ସହ ଅପେକ୍ଷା କରିଥିଲେ । ଶେଷରେ ଅପେକ୍ଷାର ଅନ୍ତ ହୋଇଛି, ରିଲିଜ୍ ହେବାର ପ୍ରାୟ ଦୁଇମାସ ପରେ ‘ଶୈତାନ’ ଶେଷରେ OTT ପ୍ଲାଟଫର୍ମରେ ରିଲିଜ୍ ହେବା ପାଇଁ ଯାଉଛି । ଚାଲନ୍ତୁ ଜାଣିବା ଏହି ଫିଲ୍ମକୁ କେଉଁ ପ୍ଲାଟଫର୍ମରେ ଦେଖିପାରିବା । ତନ୍ତ ମନ୍ତ୍ର ଉପରେ ଆଧାରିତ ‘ଶୈତାନ’କୁ ଦର୍ଶକଙ୍କର ବେଶ୍ ଭଲ ପାଇବା ମିଳିଥିଲା । ଏହା ଏକ ଭୟଙ୍କର ଥ୍ରୀଲରର କାହାଣୀ ଯାହା ପ୍ରେକ୍ଷାଳୟରେ ଚମତ୍କାର ପ୍ରଦର୍ଶନ କରିଥିଲା ​​। ଏହି ଚଳଚ୍ଚିତ୍ର ନେଟଫ୍ଲିକ୍ସରେ ରିଲିଜ୍ ହୋଇଛି । ଏନେଇ ନେଟଫ୍ଲିକ୍ସ ପକ୍ଷରୁ ଶୁକ୍ରବାର ଦିନ ସୂଚନା ଦିଆଯାଇଥିଲା । ଫିଲ୍ମଟି ୪ମଇ ୨୦୨୪ରେ ଶନିବାର ଦିନ ମୁକ୍ତିଲାଭ କରିଛି।

Related posts

ମନିଂ ଲଣ୍ଡରିଂ ମାମଲା; ଅବ୍‌ଦୁଙ୍କୁ ସମନ ଜାରି

mahabharatanews

ଫିଲ୍ମ ‘ଆଦିପୁରୁଷ’କୁ ‘ୟୁ’ ସାର୍ଟିଫିକେଟ୍

mahabharatanews

ପ୍ରଥମ ଦିନରେ ୯୫କୋଟି ଆୟ କଲା ‘ପ୍ରଭାସଙ୍କ ସାଲାର’  

mahabharatanews