ଭାରତ

କନଭଏ ଉପରେ ଆତଙ୍କବାଦୀ ଆକ୍ରମଣ:ଜଣେ ଯବାନ ସହିଦ

(ଜମ୍ମୁ-କାଶ୍ମୀର) : ଜମ୍ମୁ-କାଶ୍ମୀରର ପୁଞ୍ଛ ଜିଲ୍ଲାରେ ବାୟୁସେନା କନଭୟ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଯେଉଁଥିରେ ୫ ଜଣ ଯବାନ ଗୁରୁତର ଆହତ ହୋଇଥିଲେ । ଯାହାଙ୍କ ମଧ୍ୟରୁ ଆଜି ଜଣେ ଯବାନ ସହିଦ ହୋଇଛନ୍ତି । ଏନେଇ ସେନା ଅଧିକାରୀଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି ।

ସୂଚନାନୁଯାୟୀ , ଶନିବାର ଦିନ ଜମ୍ମୁ-କାଶ୍ମୀରର ପୁଞ୍ଚରେ ଏୟାରଫୋର୍ସର ୨ଟି ଗାଡି ଉପରକୁ ସୁରନକୋଟକ ସନାଇ ଗାଁରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ୫ ଯବାନ ଆହତ ହୋଇଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ଜଣେ ଯବାନ ସହିଦ ହୋଇଛନ୍ତି । ଭାରତ ଇତିହାସରେ ସର୍ବାଧିକ ; ମୋଦୀ ସରକାରଙ୍କ ଅଧୀନରେ ସୃଷ୍ଟି ହୋଇଛି ଚାକିରି, ଅର୍ଥନୀତିଜ୍ଞ ଭାଲା ଲୋକସଭା ନିର୍ବାଚନ ୨୦୨୪ ଆସନ | ପ୍ରାର୍ଥୀ | ନିର୍ବାଚନ ତାରିଖ ସୁରକ୍ଷା ଅଧିକାରୀଙ୍କ ସୂଚନା ଅନୁସାରେ, ଆତଙ୍କବାଦୀମାନେ ସେନା ଗାଡି ଉପରୁ ଗୁଳିମାଡ କରିଛନ୍ତି । ଆତଙ୍କି ଆକ୍ରମଣର ତୁରନ୍ତ ଘଟଣାସ୍ଥଳରେ ସେନା ପହଞ୍ଚିଛି । ରାଷ୍ଟ୍ରୀୟ ରାଇଫଲସ ୟୁନିଟ୍ ସମ୍ପୂର୍ଣ ଅଞ୍ଚଳକୁ ଘେରାଉ କରି ରଖିଥିବା ବେଳେ ତଦନ୍ତ ଆରମ୍ଭ କରାଯାଇଛି ।

Related posts

ଥଣ୍ଡା ପାଇଁ ଜାନୁଆରୀ ୧୩ ପର୍ଯ୍ୟନ୍ତ ସ୍କୁଲ ଛୁଟି

mahabharatanews

ଆତଙ୍କବାଦୀକୁ ଶକ୍ତି ଦେଉଛି ଚୀନ

mahabharatanews

କମିବ କି ପାର୍ଲେ ଜି ବିସ୍କୁଟର ଦର

mahabharatanews