ଓଡିଶା

ସ୍ନାତକ ଓ ସ୍ନାତକୋତ୍ତର ପରୀକ୍ଷା ପାଇଁ ଚୂଡାନ୍ତ ନିଷ୍ପତ୍ତି ହେବ ୧୮ରେ

ଭୁବନେଶ୍ୱର: ରାଜ୍ୟରେ ସ୍ନାତକ ଓ ସ୍ନାତକୋତ୍ତର ପରୀକ୍ଷା ପାଇଁ କୁଳପତି ବୈଠକରେ ନିଷ୍ପତ୍ତି ହୋଇଛି । ତେବେ ଏହା ଉପରେ ଚୂଡାନ୍ତ ନିଷ୍ପତ୍ତି ଆସନ୍ତା ୧୮ ତାରିଖରେ ନିଆଯିବ । ପରୀକ୍ଷା ହେବା ଭଲ ହେବ । ତେଣୁ ପିଲାମାନେ ପଢା ଜାରି ରଖନ୍ତୁ ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ।
ମନ୍ତ୍ରୀ କହିଛନ୍ତି, ପରୀକ୍ଷା ପାଇଁ ଏକ ପ୍ରକାର ସ୍ୱୀକୃତି ମିଳିଛି । ତେବେ ଆସନ୍ତା ୧୮ ତାରିଖରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ । ପରୀକ୍ଷା ହେଲେ ଭଲ, ତେଣୁ ପିଲାମାନେ ପାଠ ପଢା ଜାରି ରଖିବା ଦରକାର। ୧୮ ତାରିଖରେ ପୁଣି କୁଳପତିମାନଙ୍କ ସହ ବୈଠକ ବସିବ । ଏହି ୭ ଦିନ ମଧ୍ୟରେ ବିଭିନ୍ନ କୁଳପତିମାନେ ବିଭିନ୍ନ କଲେଜର ପ୍ରିନ୍ସିପାଲ ଓ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ ।ଏହାପରେ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇ ଚୁଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି ।
ଉଲ୍ଲେଖଯୋଗ୍ୟ, ସ୍ନାତକ ଓ ସ୍ନାତକୋତ୍ତର ନାମଲେଖା, ପାଠପଢା ଓ ପରୀକ୍ଷା ନେଇ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି ରାଜ୍ୟର ସମସ୍ତ ବଶ୍ୱବିଦ୍ୟାଳୟ କୁଳପତିମାନଙ୍କ ବୈଠକ ହେବ । ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଏହି ବୈଠକରେ ଅଧ୍ୟକ୍ଷତା କରିବେ । ଲକ୍ ଡାଉନ ବେଳେ ପାଠପଢ଼ା ସହିତ ୟୁଜି/ପିଜି ପରୀକ୍ଷା ନେଇ କୁଳପତିମାନଙ୍କ ମତାମତ ନିଆଯିବ ।

 

Related posts

୨୦ରେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ

mahabharatanews

ବାୟୂ ପ୍ରଦୂଷଣ: ଦିଲ୍ଲୀକୁ ମାତ ଦେଲା ଓଡ଼ିଶା 

mahabharatanews

ର୍ଦୁବୃତ୍ତଙ୍କ ଆକ୍ରମଣ ଦୋକାନୀ ଗୁରୁତର

mahabharatanews