ଓଡିଶାଶିକ୍ଷା

ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ ଓସିଏସ ସାକ୍ଷାତକାର ପରୀକ୍ଷା

ୟୁପିଏସି ପରୀକ୍ଷାର୍ଥୀମାନେ ତାରିଖ ପରିବର୍ତ୍ତନ କରିପାରିବେ

ଭୁବନେଶ୍ୱର: ଓଡି଼ଶା ପବ୍ଲିକ ସର୍ଭିସ କମିଶନ (ଓପିଏସି) ପକ୍ଷରୁ ପରିଚାଳିତ ଓଡି଼ଶା ସିର୍ଭିଲ ସର୍ଭିସ ପରୀକ୍ଷା ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ତେବେ ଓଏସିଏସ ପରୀକ୍ଷା ସମୟ ମଧ୍ୟରେ ୟୁପିଏସି ପରିଚାଳିତ କେନ୍ଦ୍ରୀୟ ସିର୍ଭିଲ ସର୍ଭିସ ମୁଖ୍ୟ ପରୀକ୍ଷା ମଧ୍ୟ ଅନୁଷ୍ଠିତ ହେବ। ତେଣୁ ଏହି ସମୟ ସାରଣୀ ମଧ୍ୟରେ ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀମାନେ ମଧ୍ୟ ନିଜର ପରୀକ୍ଷା ତାରିଖ ବଦଳାଇ ପାରିବେ। ଏନେଇ ଓପିଏସି ଅଧ୍ୟକ୍ଷ ସତ୍ୟଜିତ ମହାନ୍ତି ଟ୍ୱିଟର ମାଧ୍ୟମରେ ସୂଚନା ଦେଇଛନ୍ତି। ପରୀକ୍ଷା ତାରିଖ ବଦଳାଇବାକୁ ଚାହୁଁଥିବା ପରୀକ୍ଷାର୍ଥୀମାନେ ନିଜର ଆଡମିଟ କାର୍ଡ କପି ସହ ବିଧିବଦ୍ଧ ଭାବେ ଆବେଦନ କରିବାକୁ ଓପିଏସସି ଅଧ୍ୟକ୍ଷ ଶ୍ରୀ ମହାନ୍ତି କହିଛନ୍ତି।

Related posts

ପୃଥକ ପୃଥକ ଥାନାରେ ଥାର୍ଡ ଡିଗ୍ରି

mahabharatanews

ଧରାପଡିଲେ ନକଲି ମାଟ୍ରିକ ପରୀକ୍ଷାର୍ଥୀ

mahabharatanews

ନୂଆ ବର୍ଷ ରେ ମୁଖ୍ୟ ଶାସନ ସଚିବଙ୍କୁ ପନ୍ଦର ସୂତ୍ରୀ ପରାମର୍ଶ

mahabharatanews