ମନୋରଞ୍ଜନ

ରିଲିଜ ହେଲା ଅକ୍ଷୟ କୁମାରଙ୍କ ଚଳଚ୍ଚିତ୍ର ‘Mission Raniganj The Great Bharat Rescue’ 

(ମୁମ୍ବାଇ) :  ୨୦୨୩ ବର୍ଷର ଅକ୍ଷୟ କୁମାରଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘Mission Raniganj The Great Bharat Rescue’  ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାର ରିଅଲ ଲାଇଫ ହିରୋ ଜସୱନ୍ତ ଗିଲଙ୍କ ଭୂମିକାରେ ଅଭିନୟ କରିଛନ୍ତି। ସେହିପରି ଚଳଚ୍ଚିତ୍ରରେ ଅକ୍ଷୟଙ୍କ ପତ୍ନୀ ଭୂମିକାରେ ପରିଣିତୀ ଚୋପ୍ରାଙ୍କୁ ଦେଖିବା ପାଇଁ ମିଳୁଛି ।

ସୂଚନାନୁଯାୟୀ , ରିଲିଜ୍ ହେବାର ପ୍ରଥମ ଦିନରେ ୩.୫୦  କୋଟି ଟଙ୍କାର ବ୍ୟବସାୟ କରିବାରେ ସଫଳ ହୋଇଛି । ୫୫ କୋଟି ଟଙ୍କା ବଜେଟରେ ନିର୍ମିତ ଏହି ଫିଲ୍ମର ପ୍ରଥମ ଦିନର ଆୟ ଫିଲ୍ମ ନିର୍ମାତାଙ୍କୁ ନିରାସ କରିଛି । ଅକ୍ଷୟଙ୍କ ପୂର୍ବ ରିଲିଜ୍ ଚଳଚ୍ଚିତ୍ର ‘OMG 2’ ବିଷୟରେ କହିବାକୁ ଗଲେ ଖିଲାଡି କୁମାରଙ୍କ ଏହି ଚଳଚ୍ଚିତ୍ର 2023 ବର୍ଷର ସୁପର-ଡୁପର ହିଟ୍ ଫିଲ୍ମ ଲିଷ୍ଟରେ ସାମିଲ ହୋଇଥିଲା । ଏହା ବକ୍ସ ଅଫିସରେ ୧୦.୨୬ କୋଟି ଟଙ୍କାରେ ବମ୍ପର ଓପନିଂ କରିଥିଲା ।

Related posts

ଇଦରେ ରିଲିଜ୍ ହେବ ସଲମାନ ଖାନଙ୍କ ଫିଲ୍ମ   

mahabharatanews

 ‘ଚନ୍ଦ୍ରଯାନ -୩’କୁ ପରିହାସ କରି ଚର୍ଚ୍ଚାରେ ପ୍ରକାଶ ରାଜ  

mahabharatanews

ଚର୍ଚାରେ ଶ୍ରଦ୍ଧା କପୁରଙ୍କ ପ୍ରେମିକ  

mahabharatanews