ଜେନେଭା: ଋଷ ତାର ଭୟାବହତା ଧିରେ ଧିରେ ବଢାଇବାରେ ଲାଗିଛି । ଋଷର ଏପରି ଆକ୍ରମଣ ହେତୁ ୟୁକ୍ରେନର ଲୋକ ଘରୁ ବାହାରିବାକୁ ମଧ୍ୟ ଭୟ କଲେଣି । କେତେ ଲୋକଙ୍କର ଜୀବନ ନେଲାଣି ଏହି ଯୁଦ୍ଧ ତାହା ଆକଳନ କରିବା ଅସମ୍ଭବ । ଋଷ ୟୁକ୍ରେନର ବିଭିନ୍ନ ସ୍କୁଲ ଓ ଡାକ୍ତରଖାନା ସହ ବିଭିନ୍ନ ବିଲ୍ଡିଂକୁ ଧ୍ୱଂସ କରିଦେଇଛି । ଯାହା ଯୁଦ୍ଧର ନିୟମ ବିରୁଦ୍ଧ । କାରଣ ଯୁଦ୍ଧ କରିବାକୁ ହେଲେ ମଧ୍ୟ କିଛି ନିୟମ ମାନିବାକୁ ପଡିଥାଏ । ସେହି ନିୟମକୁ ଜେନେଭା ଚୁକ୍ତି କୁହାଯାଏ ।
ଜେନେଭା ଚୁକ୍ତି କ’ଣ?
୧୯୩୯ରୁ ୧୯୪୫ ମସିହା । ୨ୟ ବିଶ୍ୱ ଯୁଦ୍ଧର ସମୟ । ପ୍ରଥମ ଥର ପାଇଁ ପରମାଣୁ ବୋମାର ହୋଇଥିଲା ବ୍ୟବହାର । କୋଟି କୋଟି ଲୋକଙ୍କର ମୃତ୍ୟ ହୋଇଥିଲା ଏହି ଆକ୍ରମଣରେ । ଏହି ପରମାଣୁ ଆକ୍ରମଣ ହେତୁ ଏତେ ମାତ୍ରାରେ ବିନାଶ ହୋଇଥିଲା ଯେ ବିଭିନ୍ନ ରଷ୍ଟ୍ରର ମୁୁଖ୍ୟ ମାନେ ସୁଇଜରଲ୍ୟାଣ୍ଡର ରାଜଧନୀରେ ୧୯୪୯ ମସିହାରେ ଏନେଇ ଏକଜୁଟ ହୋଇଥିଲେ । ସେଠାରେ୧୯୬ଟି ଦେଶକୁ ନେଇ ଏକ ଯୁଦ୍ଧ ଭିତ୍ତିକ ନିୟମ ଚୁକ୍ତି କରାଯାଇଥିଲା । ସେହ ଚୁକ୍ତିକୁ ଜେନେଭା ଚୁକ୍ତି ବୋଲି କୁହା ଯାଉଛି । ଏହି ଯୁଦ୍ଧର ନିୟମା ବଳୀରେ ଯୁଦ୍ଧ କିପରି ହେବ ତାକୁ ନେଇ ତିଆରି କରାଯାଇଥିଲା ଜେନେଭା ଚୁକ୍ତି । ଏହି ନିୟମରେ ଯୁଦ୍ଧରେ କିପରି ଅସ୍ତ୍ର ଶସ୍ତ୍ର ବ୍ୟବହାର କରାଯିବ, କାହାଉପରେ ଆକ୍ରମଣ କରାଯିବ ଆଉ କେଉଁ ସବୁ ଜିନିଷକୁ ଟାର୍ଗେଟ କରାଯିବା ନେଇ ହୋଇଥିଲା ସ୍ଥିର ।
ଏହି ଜେନେଭା ସମ୍ମିଳନୀରେ ହୋଇଥିବା ଯୁଦ୍ଧର ନିୟମକୁ ୧୯୬ଟି ଦେଶ ମାନ୍ୟତା ଦେଇଥିଲା । ଏହି ନିୟମରେ୧୬୧ଟି ନିୟମ ସ୍ଥିରିକୃତ କରାଯାଇଥିଲା । ଏହି ନିୟମ ଅନୁସାରେ ଯଦି ଯୁଦ୍ଧ କେବଳ ଗୋଟିଏ ଦେଶ ମଧ୍ୟରେ ହୁଏ ତେବେ ଏହି ନିୟମ ଲାଗୁ ହେବନାହିଁ କିନ୍ତୁ ବହୁତ ଗୁଡିଏ ଦେଶକୁ ନେଇ ଅସ୍ତ୍ର ଶସ୍ତ୍ର ଦ୍ୱାରା ଯଦି ଯୁଦ୍ଧ କରାଯାଏ ତେବେ ଏହି ନନିୟମ କୁ ମାନିବା ବାଧ୍ୟତା ମୁଳକ ।
ଏଥିସହ ଯୁଦ୍ଧର ନିୟମରେ ଉଲ୍ଲେଖ ରହିଛି ଯେ, କୌଣଷି ପରିସ୍ଥିରେ ବି ସସାଧାରଣ ଲୋକଙ୍କ ଉପରେ ଆକ୍ରମଣ କରାଯିବ ନାହିଁ । ଏଥିସହ ସାମ୍ବାଦିକ ସ୍ୱାସ୍ଥ୍ୟ କର୍ମୀଙ୍କୁ ଯୁଦ୍ଧରେ ଟାର୍ଗେଟ କରାଯିବ ନାହିଁ । କେବଳ ଏତିକି ନୁହେଁ ସାଧାରଣ ବିଲ୍ଡିଂ, ବିଦ୍ୟାଳୟ, କଲେଜ, ଡାକ୍ତରଖାନା, ଆବାସିକ କୋଠାକୁ ମଧ୍ୟ ଟାର୍ଗେଟ କରାଯାଇପାରିବନି । କାରଣ ଏସବୁ ନିୟମ ବିରୁଦ୍ଧ ହୋଇଯିବ । ଏଥିସହ ଧାର୍ମକ ଓ ଐତିହାସିକ ସ୍ଥାନକୁ ମଧ୍ୟ ଆକ୍ରମଣ କରାଯାଇ ପାରିବନି ।
ଏବେ ଯାଣିବା ନିୟମ ବିରୁଦ୍ଧରେ ଯାଇ ଯୁଦ୍ଧ କଲେ କ’ଣ ହେବ । ଯଦ ଯୁଦ୍ଧରେ ନିୟମ ଉଲଙ୍ଘନ କରାଯାଏ ତେବେ ତାକୁ ଯୁୁଦ୍ଧ ଅପରାଧ ବୋଲି କୁହା ଯିବ । ଆକ୍ରମଣ ପୂର୍ବରୁ ଚେତାବନୀ ଦେବା ଆବଶ୍ୟକ ରହିଛି । ଆଉ ଯଦି ଯୁଦ୍ଧରେ ଶତ୍ରୁ ପକ୍ଷ ଆତ୍ମ ସମର୍ପଣ କରେ ତେବେ ତାକୁ ମାନବିକତା ପ୍ରଦର୍ଶନ କରି ତାଙ୍କୁ ସମ୍ମାନ କରାଯିବ । ଯଦି ଏହି ନିୟମକୁ ଆକ୍ରମଣକାରୀ ନ ମାନେ ତେବେ ତାକୁ ଯୁଦ୍ଧ ନିୟମର ଅପରାଧୀ ବୋଲି କୁହା ଯାଇଥାଏ । ଏହି ସବୁ ନିୟମର ଉଲଙ୍ଘନ ହେଲେ ଅନ୍ତର୍ଜାତୀୟ କୋର୍ଟରେ ଦୋଷୀ ବୋଲି ବିବେଚିତ ହୋଇଥାଏ ।