ବିଶ୍ୱ

ହଂକଂରେ ସାମ୍ନାକୁ ଆସିଲା ୨୨ ହଜାର ନୂଆ କରୋନା ମାମଲା

ହଂକଂରେ କରୋନା ମହାମାରୀ ଖୁବ ଜୋରରେ ବ୍ୟାପିବାରେ ଲାଗିଛି । ଦିନକୁ ପ୍ରାୟ ୨୨ ହଜାର ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ଚଳିତ ମାସରେ ୭ ଲକ୍ଷ ମାମାଲା ଦେଖା ଦେଇଥିବା ବେଳେ ମୋଟ କରୋନା ସଂକ୍ରମିତ ସଂଖ୍ୟା ପ୍ରୟ ୧୦ ଲକ୍ଷ ପାର କରିଛି । ସଂକ୍ରମିତ ସଂଖ୍ୟା ଯେତେବଢୁଛି ମୃତ୍ୟୁ ହାରମଧ୍ୟ ବଢିବାରେ ଲାଗିଛି । ବର୍ଷ ଆରମ୍ଭରୁ ଏପର୍ଯ୍ୟନ୍ତ ୫ ହାଜାରରୁ ଅଧିକ ଜୀବନ ଗଲାଣି ଏହି ମାହାମାରୀ ପାଇଁ ।

ଏହାପୂର୍ବରୁ ୨୦୨୦ ଓ ୨୦୨୧ରେ ୨୦୦ କରୋନା ମୃତ୍ୟୁ ସାମ୍ନାକୁ ଆସିଥିଲା । ଏହି ଲହରରେ ପ୍ରାଣ ହରାଇଥିବା ଲୋକଙ୍କ ବୟସ ୭୦ ବର୍ଷରୁ ଅଧିକ । ଏମାନଙ୍କ ମଧ୍ୟରୁ ତିନି ଚତୁର୍ଥାଂଶ କରୋନା ଟିକା ନେଇନଥିବା ଜଣାପଡ଼ିଛି । ଦୈନିକ ମୃତ୍ୟୁ ପରିସ୍ଥିତି ଏଭଳି ହୋଇଛି କରୋନା ମୃତକଙ୍କ ଅନ୍ତିମ ସଂସ୍କାର କରିବା ମୁସ୍କିଲ ହୋଇପଡ଼ିଛି । ମୃତଦେହଗୁଡ଼ିକୁ ରେଫ୍ରିଜରେଟରରେ ରଖିବାକୁ ପଡ଼ୁଛି । ୨୪ ଘଂଟା ପର୍ଯ୍ୟନ୍ତ ଶ୍ମଶାନ ଘାଟ ଖୋଲା ରହୁଛି । ଅଧିକାରୀମାନେ ୨୩୦୦ ମୃତଦେହ ରଖିବା ପାଇଁ ପାର୍କିଂ ଡେକରେ ୪୦ଟି କଂନଟେନର ପ୍ରସ୍ତୁତ ରଖିଛନ୍ତି ।

Related posts

ସୁଦାନରେ ବିଦ୍ରୋହୀଙ୍କ କବଳରେ ଓଡ଼ିଆ ଶ୍ରମିକ ତିର୍ତ୍ତୋଲର ଆଦର୍ଶ ବେହେରା

mahabharatanews

ଭାରତ-ପାକ୍ ମହା ମୁକାବିଲା

mahabharatanews

ଇସ୍କନ ସାଧୁ ଚିନ୍ମୟ କୃଷ୍ଣ ଦାସ ପ୍ରଭୁଙ୍କ ଓକିଲଙ୍କୁ ମରଣାନ୍ତକ ଆକ୍ରମଣ

mahabharatanews