ଭାରତ

ଅଚାନକ ଜଳିଗଲା କ୍ୟାମ୍ପ, ୯ ମୃତ  

(ବ୍ରାଜିଲ) : ଗୋଟିଏ ପଟେ ଶ୍ରମିକମାନେ କରୁଥିଲେ ଆନ୍ଦୋଳନ । ଆଉ ଏହି ସମୟରେ ତାଙ୍କ କ୍ୟାମ୍ପରେ ଲାଗିଯାଇଥିଲା ନିଆଁ । ଅଗ୍ନିକାଣ୍ଡ ଏତେ ଶ୍ରୀଘ୍ର ଚାରିଆଡ଼େ ବ୍ୟାପି ଯାଇଥିଲା କି କ୍ୟାମ୍ପରୁ ବାହାରିବା ହୋଇଥିଲା ମୁସ୍କିଲ । ଆଉ ଏହି ଅଗ୍ନିକାଣ୍ଡରେ ଚାଲିଯାଇଛି ୯ ଜଣଙ୍କ ଜୀବନ । ଏଭଳି ଏକ ଘଟଣା ଘଟିଛି ବ୍ରାଜିଲ୍‌ର ଉତ୍ତରୀ ରାଜ୍ୟରେ ।

ସୂଚନାନୁଯାୟୀ , ଶନିବାର ରାତିରେ ବ୍ରାଜିଲର ଉତ୍ତରୀ ରାଜ୍ୟରେ ଭୂମିହୀନ ଶ୍ରମିକ ଆନ୍ଦୋଳନ କରୁଥିଲେ । ଆନ୍ଦୋଳନ ସମୟରେ ସେମାନେ ଯେଉଁ କ୍ୟାମ୍ପରେ ରହୁଥିଲେ , ସେହି କ୍ୟାମ୍ପରେ ଇଣ୍ଟରନେଟ୍ କନକେସନ୍ ଦିଆଯାଉଥିଲା । ଆଉ ଇଣ୍ଟରନେଟ ୱାରିଙ୍ଗ ସମୟରେ ସଟ ସର୍କିଟ ହୋଇଥିଲା । ଆଉ ଏହି ଅଗ୍ନିକାଣ୍ଡରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି । ଆନ୍ଦୋଳନ କାରୀ ସମ୍ପ୍ରଦାୟର ନେତାମାନେ କହିଛନ୍ତି ଯେ ସର୍ଟ ସର୍କିଟ ସ୍ଥାନୀୟ ସମୟ ରାତି ୮ ଟା ସମୟରେ ଘଟିଥିଲା । ଆଉ ବିସ୍ତୃତ ଭାବରେ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ବର୍ଗଙ୍କୁ ଭେଟିବା ପାଇଁ ଦେଇଛନ୍ତି ନିର୍ଦ୍ଦେଶ ।

Related posts

ରାମଲାଲାଙ୍କ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି 

mahabharatanews

ରାହୁଲ ଗାନ୍ଧୀ ଓ କଂଗ୍ରେସ ବିରୋଧରେ ଚିଠି ଜାରି କଲେ ପୂର୍ବତନ ବିଚାରପତି

mahabharatanews

ଅଚାନକ ଘାଟିରୁ ଖସିଗଲା ବସ , ୨୭ ମୃତ

mahabharatanews