ଓଡିଶା

୧୬ରୁ ପହିଲି ଭୋଗ ନୀତି, ୧୫ରେ ମକର ବେଶରେ ଦର୍ଶନ ଦେବେ ମହାପ୍ରଭୁ 

(ପୁରୀ)  : ଶ୍ରୀମନ୍ଦିରରେ ଡିସେମ୍ବର ୧୬ ତାରିଖ ଧନୁ ସଂକ୍ରାନ୍ତିଠାରୁ ଆରମ୍ଭ ହେଉଛି ପହିଲି ଭୋଗ ନୀତି। ମହାଲକ୍ଷ୍ମୀଙ୍କ ହାତରନ୍ଧା ବଦଳରେ ମା’ଙ୍କ ହାତରନ୍ଧା ଖାଇବେ ମହାପ୍ରଭୁ। ଏଥିପାଇଁ ସଅଳ ନୀତିକାନ୍ତି ହେବ। ସଅଳ ମହାପ୍ରସାଦ ବାହାରିବ। ସଅଳ ଦ୍ବାରଫିଟା ଓ ସଅଳ ପହୁଡ଼ ବି ହେବ। ଆଜି ଛତିଶାନିଯୋଗ ଏହି ନୀତି ନର୍ଘଣ୍ଟରେ ଚୂଡ଼ାନ୍ତ ମୋହର ମାରିଛି।

ଚୂଡ଼ାନ୍ତ ନୀତି ଅନୁଯାୟୀ, ପ୍ରତିଦିନ ରାତି ୨ଟାରୁ ଦ୍ବାରଫିଟା ଓ ଭୋର ୫ଟା ୨୦ରେ ପହିଲି ଭୋଗ ନୀତି ହେବ। ରାତି ୧୧ଟାରେ ପହୁଡ଼ ହେବ। ସେହିଭଳି ଡିସେମ୍ବର ୧୫ ତାରିଖରେ ଦେବାଭିଷେକ ପୂର୍ଣ୍ଣିମାରେ ପୂର୍ବାହ୍ଣ ସାଢ଼େ ୧୨ଟାରେ ମହାପ୍ରଭୁ ଶ୍ରୀପୟର ଲାଗି ଅଭିଷେକ ବେଶ ଆରମ୍ଭ ହେବ। ଜାନୁଆରି ୧୫ ତାରିଖ ମକର ସଂକ୍ରାନ୍ତିରେ ପୂର୍ବାହ୍ଣ ୧୧ଟାରେ ନୂଆଲୁଗା ଲାଗି ହୋଇ ମହାପ୍ରଭୁ ମକର ବେଶରେ ଦର୍ଶନ ଦେବେ।

Related posts

ଏରିୟର କରାଇ ଦେବାକୁ ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ

mahabharatanews

ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

mahabharatanews

ସତ୍ୟବାଦୀ ଆଦର୍ଶ ବିଦ୍ୟାଳୟର ପ୍ରବେଶିକା ପରୀକ୍ଷା

mahabharatanews