Uncategorized

ଦିଲ୍ଳୀରେ ଭୟାବହ ଅଗ୍ନିକାଣ୍ଡ: ୧୫୦୦ କୁଡିଆ ପୋଡି ପାଉଁଶ

ନୂଆଦିଲ୍ଲୀ : ଦକ୍ଷିଣପୂର୍ବ ଦିଲ୍ଲୀର ତୁଘଲକବାଦରେ ସୋମବାର ବିଳମ୍ବିତ ରାତ୍ରିରେ ଘଟିଛି । ଏକ ଭୟାବହ ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡ ଦୁଘଲକବାଦରେ ଥିବା ଏକ ବସ୍ତୀରେ ଘଟିଥିଲା । ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା କି, ପ୍ରାୟ ୧୫୦୦ କୁଡିଆ ଜଳି ପାଉଁଶ ହୋଇ ଯାଇଛି ।
ସୂଚନା ଅନୁଯାୟୀ, ସୋମବାର ବିଳମ୍ବିତ ରାତି ପ୍ରାୟ ସାଢେ ୧୨ଟାରେ ଦକ୍ଷିଣପୂର୍ବ ଦିଲ୍ଲୀର ତୁଘଲକବାଦସ୍ଥିତ ଏକ ବସ୍ତୀରେ ନିଆଁ ଲାଗିଯାଇଥିଲା । ଅଗ୍ନିଶମ ବିଭାଗର ସୂଚନା ତତକ୍ଷଣାତ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲା। ମାତ୍ର ନିଆଁ ଏତେ ଭୟଙ୍କର ଥିଲା ଯେ ପ୍ରାୟ ୧୫୦୦କୁଡିଆ ଘର ଜଳି ପୋଡ଼ି ପାଉଁଶ ହୋଇଯାଇଥିଲା। ମାତ୍ର ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି।

Related posts

ମୁହଁରୁ ଦୁର୍ଗନ୍ଧ ବାହାରୁଛି କି? ତେବେ ଆପଣାନ୍ତୁ ଏହି ଉପାୟ

mahabharatanews

ଗଞ୍ଜାମରୁ ୩୨ ନୂଆ କରୋନା ପଜିଟିଭ୍ ଚିହ୍ନଟ

mahabharatanews

ଆସନ୍ତା ୧୮ରେ ନିର୍ଭୟା ଗଣଦୁଷ୍କର୍ମକାରୀର ଆବେଦନ ଶୁଣାଣୀ

mahabharatanews