ଓଡିଶା

ରାଜ୍ୟର ୨୧୦ଟି ସ୍ଥାନରେ ବନାଗ୍ନି

(ଭୁବନେଶ୍ୱର) : କାଳବୈଶାଖୀ ପ୍ରଭାବରେ ଓଡ଼ିଶାର ଜଙ୍ଗଲ ନିଆଁ ହ୍ରାସ ପାଇଛି। କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଞ୍ଜାମ, ଗଜପତି, ବୌଦ୍ଧ, କନ୍ଧମାଳ ଜିଲ୍ଲାରେ ଲାଗିଥିବା ବନାଗ୍ନି କମିଛି। ତା’ସତ୍ତ୍ବେ ଆଜି ଦିନରେ ରାଜ୍ୟର ୨୧୦ଟି ସ୍ଥାନରେ ବନାଗ୍ନି ରହିଛି।

ସୂଚନାନୁଯାୟୀ , ଅପରାହ୍ଣ ସୁଦ୍ଧା ଚିହ୍ନଟ ହୋଇଥିବା ବନାଗ୍ନି ମଧ୍ୟରୁ କୋରାପୁଟରେ ସର୍ବାଧିକ ୯୧ଟି ଛୋଟ ଓ ମଧ୍ୟମଧରଣର ନିଆଁ ଲାଗିଛି। ବ୍ରହ୍ମପୁର ସର୍କଲରେ ୧୭, ଭବାନୀପାଟଣା ସର୍କଲରେ ୧୨, ବାରିପଦା ସର୍କଲର ୧୦ଟି ସ୍ଥାନରେ ନିଆଁ ଲାଗିଥିବା ଜଣାପଡ଼ିଛି। ଭୁବନେଶ୍ବର, ରାଉରକେଲା, ଅନୁଗୁଳ ସର୍କଲର କେତେକ ସ୍ଥାନରେ ନିଆଁ ରହିଛି। ଗତ ସାତ ଦିନରେ ଓଡ଼ିଶାରେ ସର୍ବାଧିକ ୫,୯୮୭ଟି ଜଙ୍ଗଲ ନିଆଁ ଚିହ୍ନଟ କରାଯାଇଥିବା ବେଳେ ଛତିଶଗଡ଼ରେ ୩,୦୬୦, ଝାଡ଼ଖଣ୍ଡରେ ୨,୪୯୬ଟି ସ୍ଥାନରେ ନିଆଁ ଲାଗିଛି।

Related posts

ଜାଗର ଯାତ୍ରା :୧୦ରେ ଉଠିବ ଲିଙ୍ଗରାଜଙ୍କ ମହାଦୀପ

mahabharatanews

ଶିକ୍ଷକ ଆନ୍ଦୋଳନ; ୨୩ରେ ସରକାରଙ୍କ ସହ ଆଲୋଚନା

mahabharatanews

ସମୁଦ୍ରରେ ଗାଧୋଉ ଥିଲେ ସାବଧାନ, ୩ ବର୍ଷରେ ସମୁଦ୍ର ନେଲାଣି ୮୨ ଜୀବନ

mahabharatanews