ଭାରତ

କର୍ଣ୍ଣାଟକ କଂଗ୍ରେସର ‘ଖାଲି ଲୋଟା’ 

(ଦିଲ୍ଲୀ) : ଲୋକସଭା ନିର୍ବାଚନ ଭିତରେ ସୋସିଆଲ ମିଡିଆରେ ମୁହାଁମୁହିଁ ବିଜେପି ଓ କଂଗ୍ରେସ । କର୍ଣ୍ଣାଟକ କଂଗ୍ରେସର ‘ଖାଲି ଲୋଟା’ ବିଜ୍ଞାପନଙ୍କୁ ନେଇ ଏବେ ରାଜନୈତିକ ବୟାନବାଜି ଜୋର ଧରିଛି । ବିଜେପି ନେତୃତାଧୀନ ଏନଡିଏ ରାଜ୍ୟ ସରକାରଙ୍କୁ ‘ଖାଲି ଲୋଟା’ ଧରାଇ ଦେଇଥିବା ନେଇ ଜାତୀୟ ଖବର କାଗଜରେ ବିଜ୍ଞାପନ ଦେଇଥିଲା କଂଗ୍ରେସ ।

ସୂଚନାନୁଯାୟୀ , କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ଏବଂ ଉପମୁଖ୍ୟମନ୍ତ୍ରୀ ଡିକେ. ଶିବକୁମାର ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଜେଡିଏସ୍ ମୁଖ୍ୟ ଏଚଡି ଦେବଗୌଡା ଏକ ବିବାଦୀୟ ଫଟୋ ତାଙ୍କ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ତେବେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଛି । ମୋଦୀଙ୍କୁ କଂଗ୍ରେସର ଏଭଳି ସମାଲୋଚନା ପରେ ସୋସିଆଲ ମିଡିଆରେ ଜବାବ ଦେଇଛି ବିଜେପି । କର୍ଣ୍ଣାଟକ ବିଜେପି ପକ୍ଷରୁ ସିଦ୍ଦରମେୟାଙ୍କ ଦୁଇଟି ଫଟୋ ସେୟାର କରାଯାଇଛି । ଯେଉଁଥିରେ ଗୋଟିଏ ଫଟୋକୁ ୨୦୧୩ ଏବଂ ଅନ୍ୟଟିକୁ ୨୦୨୩ର ବୋଲି ଦର୍ଶାଇବା ସହ ତଫାତ୍ ସଷ୍ଟ ଜଣାପଡୁଛି ବୋଲି ଲେଖାଯାଇଛି ।

Related posts

ତାମିଲନାଡୁ ରାଜ୍ୟପାଳଙ୍କ ପରାମର୍ଶକୁ ଗ୍ରହଣ କରିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ

mahabharatanews

ନାଇଜେରିଆରେ ଡଙ୍ଗା ବୁଡ଼ି ୧୦୩ ମୃତ

mahabharatanews

ଆସନ୍ତା ୧୦ ରେ କର୍ଣ୍ଣାଟକ ନିର୍ବାଚନ, ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କଲା ବିଜେପି

mahabharatanews