ବିଶ୍ୱ

ନୋଏଡାର ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କା ମୂଲ୍ୟର ସାମଗ୍ରୀ ପୋଡ଼ି ପାଉଁଶ

ନୋଏଡାର ଗୌର ସିଟି ୧୪ ଆଭେନ୍ୟୁରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ବିଲ୍ଡିଂର ପ୍ରଥମ ମହଲାରେ ନିଆଁ ଲାଗିବା ପରେ ଲୋକମାନେ ଭୟଭୀତ ହୋଇପଡ଼ି ହୋହଲ୍ଲା ଯୋଗୁ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ବିଲ୍ଡିଂରେ ନିଆଁ ଲାଗିଥିବାର ଦେଖି ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଏହାପରେ ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭେଇବା ପକାର୍ଯ୍ୟରେ ଲାଗିପଡିଥିଲେ ।
ସୂଚନା ଅନୁସାରେ ଗ୍ରେଟର ନୋଏଡା ୱେଷ୍ଟ୍ରେ ଗୌର ସିଟି ସୋସାଇଟିର ୧୪ ଆଭେନ୍ୟୁର ଏକ ଫ୍ଲାଟରେ ନିଆଁ ଲାଗିଯାଇଛି ।ଏହି ଘଟଣାଟି ଆଜି ସକାଳ ୧୧ଟା ୪୫ର ବୋଲି କୁହାଯାଉଛି। ଯେଉଁ ସମୟରେ ନିଆଁ ଲାଗିଥିଲା, ସେହି ସମୟରେ ଫ୍ଲାଟରେ କେହି ନ ଥିଲେ। ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଥିବା ବେଳେ ସୋସାଇଟିର ଲୋକମାନେ ନିଆଁ ଲିଭାଇବାରେ ଜଡିତ ହୋଇଥିଲେ। ଫ୍ଲାଟରେ ତାଲା ପଡ଼ିଥିବା ଯୋଗୁ ନିଆଁ ଲିଭାରେ ବହୁ ଅସୁବିଧା ହୋଇଥିଲା। ଅନେକ ପରିଶ୍ରମ ପରେ ଶେଷରେ ନିଆାଁକୁ ଆୟତ କରିଥିଲା ଅଗ୍ନିସମ ବାହିନି । ଏହି ଅଗ୍ନିକାଣ୍ଡରେ ପ୍ରଥମେ ଫ୍ଲାଟର ବାଲକୋନୀରେ ନିଆଁ ଲାଗିଥିଲା ଏବଂ ଧୀରେ ଧୀରେ ଫ୍ଲାଟ ଭିତରେ ନିଆଁ ବ୍ୟାପିଯାଇଥିଲା ଫ୍ଲାଟଟି ବାହାରୁ ତାଲା ପଡିଥିବାରୁ ନିଆାଁକୁ ଆୟତ କରିବା କଷ୍ଟ କର ହୋଇପଡିଥିଲା । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କା ମୂଲ୍ୟର ସାମଗ୍ରୀ ପୋଡ଼ି ପାଉଁଶ ହୋଇ ଯାଇଥିବା ସୂଚନାରହିଛି ।

 

Related posts

ତାଲିବାନରେ ସମ୍ପର୍କୀୟ ପୁରୁଷଙ୍କ ବିନା ବିମାନରେ ଯାତ୍ରା କରି ପାରିବେ ନାହିଁ ମହିଳା

mahabharatanews

ବେଜିଙ୍ଗ୍‌ରେ ପ୍ରବଳରୁ ଅତି ପ୍ରବଳ ବର୍ଷା

mahabharatanews

ହକି ବିଶ୍ୱକପ ପାଇଁ ସଜେଇ ହେଇଛି ରାଉରକେଲା ସହର

mahabharatanews