ଓଡିଶା

ସ୍ତ୍ରୀର ନିର୍ଯ୍ୟାତନା ସହିନପାରି ବେକ କାଟି ଆତ୍ମହତ୍ୟା ଉଦ୍ୟମ କଲେ ସ୍ୱାମି

 

ଭଞ୍ଜନଗର: ଭଞ୍ଜନଗର ଥାନା  ଅଧୀନ କୁଲାଡ଼ ଗ୍ରାମରେ ଏକ  ଅଭାବନୀୟ ଘଟଣା ଦେଖିବାକୁ ମିଳିଛି | ଉକ୍ତ ଗ୍ରାମର ବାସୁଦେବ ସାହୁଙ୍କ ପୁଅ ଅଭିମନ୍ୟୁ ସାହୁ  ସ୍ତ୍ରୀ ନିର୍ଯ୍ୟାତନା ସହି ନପାରି ନିଜ ବେକ କାଟି ଆତ୍ମହତ୍ୟା ଉଦ୍ୟମ  କରିଛନ୍ତି | ସୂଚନାପ୍ରକାରେ ଅଭିମନ୍ୟୁ ୭ ବର୍ଷ ପୂର୍ବେ  ସୋରଡ଼ା ବ୍ଲକ ଅନ୍ତର୍ଗତ କେରୁଆଁଝୋଳି ଗ୍ରାମର ଲିଜା ମହେଶ୍ୱରୀ ସାହୁଙ୍କୁ ବିବାହ କରିଥିଲେ  ତାଙ୍କର ଏକ ୪ ବର୍ଷର  କନ୍ୟା ସନ୍ତାନ ମଧ୍ୟ ରହିଛି | ବିବାହର କିଛି ବର୍ଷ ସବୁ ଠିକ ଚାଲିଥିବାବେଳେ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ପାରିବାରିକ କଳହ ସୃଷ୍ଟି ହୋଇଥିଲା ଏହାପରେ ଅଭିମନ୍ୟୁ ସ୍ତ୍ରୀଙ୍କୁ ନେଇ ସୁରଟକୁ ଚାଲିଯାଇଥିଲେ ସେଠାରେ ରହି ରୋଜଗାର କରିବା ସହ ମିଳିମିଶି  ରହିଆସୁଥିଲେ ପୁଣି ସେଠାରେ କୌଣସି କାରଣରୁ ଦୁଇ ଜଣକ ଭିତରେ ଭୁଲ ବୁଝାମଣା ହୋଇଥିଲା ଏହା ଫଳରେ ସ୍ତ୍ରୀ ଲିଜା ସେଠାକାର ଥାନାରେ ସ୍ୱାମୀଙ୍କ ନାମରେ ଅଭିଯୋଗ କରିଥିବା ନେଇ ସୂଚନା ରହିଛି  | ପାଞ୍ଚ ଦିନ ତଳେ ମହିଳା ସମାଜସେବୀ ପ୍ରମିଳା ତ୍ରିପାଠୀ ଆiòଥିବା ବେଲେ  ମଙ୍ଗଳବାରଦିନ ସ୍ତ୍ରୀ ଲିଜା ଓ ଅନ୍ୟ ୭ ଜଣ ମହିଳାଙ୍କୁ ନେଇ ଅଭିମନ୍ୟୁଙ୍କ ଘରେ ପହଁଚିବା ସହ ନାନାଦି ପ୍ରକାରେ ଗାଳି ଗୁଲଜ କରିଥିଲେ ö ଏହାପରେ ସ୍ୱାମୀଙ୍କୁ ଭରଣପୋଷଣ ପାଇଁ ମାସକୁ ଟଙ୍କା ଆକାରରେ ଦେବା ପାଇଁ କହିଥିଲେ କିନ୍ତୁ ଏହାର ସମାଧାନ ନ ହେବାରୁ ଅଭିମନ୍ୟୁଙ୍କ ନାମରେ ଥାନାରେ କେଶ ଦେଇ ହାଜତରେ ପୁରାଇଦେବେ ବୋଲି ଧମକ ମଧ୍ୟ ଦେଇଥିଲେö ଏହା ସର୍ବସାଧାରଣରେ ଅସହ୍ୟ ହେବାରୁ  ଆଜି ସକାଳ ୮ ଟା ସମୟରେ ଧନଞ୍ଜୟପୁର ବାଲୁଙ୍କେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଗୁହାରି ପଡିବା ସହ ମାନସିକ ଭାରସାମ୍ୟ ହରାଇ ଏକ ବ୍ଲେଡରେ ନିଜ ବେକ କାଟି ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିମନ୍ୟୁ  ପ୍ରକାଶ କରିଛନ୍ତି |  ମନ୍ଦିର ପୂଜାରୀ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଅଭିମନ୍ୟୁଙ୍କୁ  ଦେଖି ଗାଁ ଲୋକଙ୍କୁ ଖବର ଦେଇଥିଲେ ö ଏହାପରେ ଗ୍ରାମବାସୀ ଓ ତାଙ୍କ ବାପା ପହଞ୍ଚି ଗୁରୁତର ଅବସ୍ଥାରେ ଉଦ୍ଧାର କରି  ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାକୁ ଚିକିତ୍ସା ନିମନ୍ତେ ନେଇଆସିଥିଲେ | ଡାକ୍ତରଖାନାରେ ଏବେ ଚିକିତ୍ସିତ ଅବସ୍ଥାରେ ଥିବା ବେଳେ ପୁଅ ପ୍ରତି ଅନ୍ୟାୟ  କରି ବୋହୁ  ନିର୍ଯ୍ୟାତନା ଏବଂ ଧମକ  ଦେଉଥିବାରୁ ପୁଅ ଆଜି ଏହି ଭଳି ଚରମ  ପଦକ୍ଷେପ ନେଇଥିବା ଅଭିମନ୍ୟୁଙ୍କ ବାପା ଗଣମାଧ୍ୟମ ଆଗରେ ଅଭିଯୋଗ କରିଛନ୍ତି |

Related posts

କର୍ତ୍ତବ୍ୟ ନିଭାଇଲେ ମହିଳା ପୋଲିସ ଅଫିସର; ସ୍ୱାମୀ ହାତରେ ପିନ୍ଧାଇଲେ ହାତକଡି

mahabharatanews

ବନ୍ଧ୍ୟାକରଣ ଅସ୍ତ୍ରୋପଚାର ସମୟରେ ମହିଳାଙ୍କ ମୃତ୍ୟୁ

mahabharatanews

ସରିଲା ଲେଜର ସ୍କାନିଂ

mahabharatanews