ଓଡିଶା

ଛୁଟି ନ ମିଳିବାରୁ ଆତ୍ମହତ୍ୟା କଲେ ଅଗ୍ନିଶମ କର୍ମଚାରୀ !

ଗଞ୍ଜାମ: ଛୁଟି ନ ମିଳିବାରୁ ଆତ୍ମହତ୍ୟା ! ସୁଇସାଇଡ ନୋଟରେ ଲେଖା ହୋଇଥିଲା ଏମିତି କିଛି ଯାହା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ । ବର୍ଷେ ହେବ ଛୁଟି ନ ମିଳିବାରୁ ଆତ୍ମହତ୍ୟା କରିଛନ୍ତି ଅଗ୍ନିଶମ କର୍ମଚାରୀ । ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଗାଙ୍ଗପୁରରେ । ବୁଢ଼ାକେନ୍ଦୁ ଜଙ୍ଗଲରେ ଅଗ୍ନିଶମ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ କର୍ମଚାରୀ ଜଣକ କେନ୍ଦୁଝର ଜିଲ୍ଲାର ଦୟାନିଧୀ ମହନ୍ତ । ଆସ୍କା ଅଗ୍ନିଶମ କେନ୍ଦ୍ରରେ କାର୍ଯ୍ୟରତ ଥିଲେ ଦୟାନିଧୀ । ଦୀର୍ଘ ୨୪ ବର୍ଷ ଧରି ଦୟାନିଧୀ ଏଠାରେ କାର୍ଯ୍ୟରତ ଥିଲେ ।

ମୃତ୍ୟୁ ପୂର୍ବରୁ ଏକ ସୁଇସାଇଡ଼ ନୋଟରେ ନିଜର ମୃତ୍ୟୁର କାରଣ ଉଲ୍ଲେଖ କରିଛନ୍ତି ଅଗ୍ନିଶମ କର୍ମଚାରୀ ଦୟାନିଧୀ । ଗତକାଲି ରାତିରେ ବୁଢ଼ାକେନ୍ଦୁ ରାସ୍ତା ଉପରେ ଅଗ୍ନିଶମ ଗାଡ଼ିଟି ରହିଥିବା ଦେଖିଥିଲେ ସ୍ଥାନୀୟ ଲୋକେ । ସକାଳ ହେବା ପରେ କର୍ମଚାରୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖି ଗାଙ୍ଗପୁର ପୋଲିସକୁ ସ୍ଥାନୀୟ ଲୋକେ ଖବର ଦେଇଥିଲେ । ଖବର ପାଇ ଗାଙ୍ଗପୁର ପୋଲିସ , ଭଞ୍ଜନଗର ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ଘଟଣାସ୍ଥଳରୁ ଦୟାନିଧିଙ୍କ ସୁଇସାଇଡ୍ ନୋଟ ମିଳିଛି ।

ଯେଉଁଥିରେ ସେ ତାଙ୍କ ମୃତ୍ୟୁର କାରଣ ଉଲ୍ଲେଖ କରିଛନ୍ତି । ସୁଇସାଇଡ୍ ନୋଟରେ ଥିବା ସୂଚନା ଅନୁଯାୟୀ , ଛୁଟି ନ ମିଳିବାରୁ ସେ ତାଙ୍କ ସ୍ତ୍ରୀ ଏବଂ ପିଲା ଛୁଆଙ୍କୁ ୨ ବର୍ଷ ହେବ ଦେଖିନଥିଲେ । ତେଣୁ ତାଙ୍କ ଦାମ୍ପତ୍ୟ ଜୀବନରେ ଝଡ ସୃଷ୍ଟି ହୋଇଥିଲା । ବାପା, ମାଆଙ୍କ ଦେହ ଖରାପ ସମୟରେ ଦେଖା ଶୁଣା କରିପାରିଲିନି । ସେ ମଧ୍ୟ ରୋଗରେ ଚାଲିଗଲେ । ଏପରିକି ତାଙ୍କ ସ୍ତ୍ରୀ ତାଙ୍କ ଠାରୁ ଦୂରେଇ ଯିବା ସହ ପିଲାମାନଙ୍କ ସହିତ ମଧ୍ୟ କଥା ହେବାକୁ ଦେଇନଥିଲେ । ଏବଂ ଦୟାନିଧିଙ୍କ ଫୋନ୍ ନମ୍ବରଟିକୁ ବ୍ଲକ୍ କରି ଦେଇଥିଲେ। ଯାହାକୁ ସହି ନ ପରି ସେ ଶେଷ ନୋଟ ଲେଖିଥିଲେ କି ମୁଁ ଏବେ କାହା ପାଇଁ ବଞ୍ଚିବି, ବଞ୍ଚିକି ଲାଭ କ’ଣ ?ଏମିତି କିଛି ଲେଖି ଝୁଲି ପଡିଛନ୍ତି ଅଗ୍ନିଶମ କର୍ମଚାରୀ ।

Related posts

ତାତିରେ ସିଝୁଛି ସାରା ଓଡିଶା 

mahabharatanews

ଭୁବନେଶ୍ୱରରୁ ଆଉ ୧୪ କରୋନା ପଜିଟିଭ ଚିହ୍ନଟ

mahabharatanews

ଶୋଇବା ବେଳେ ଉପରେ ପଡିଲା ମାଟିକାନ୍ଥ

mahabharatanews