ଭାରତ

ଆସାମରେ ବନ୍ୟା ପରିସ୍ଥିତି , ୫୭ ହଜାର ଲୋକ ପ୍ରଭାବିତ

(ଆସାମ) : ଆସାମରେ ଲଗାତର ବର୍ଷା ଲାଗିରହିଛି । ଏହି କାରଣରୁ ବନ୍ୟା ପରିସ୍ଥିତ ଉପୁଜିଛି। ରାଜ୍ୟରେ ବନ୍ୟା ହେବା ଦ୍ୱାରା ୭ ଟି ଜିଲ୍ଲାରେ ପ୍ରାୟ ୫୭ ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ଯେତେବେଳେକି ୧୫ ଟି ବ୍ଲକର ପ୍ରାୟ ୨୨୨ ଗାଁ ପାଣି ଘେରୋରେ ରହିଛି। ଅନ୍ୟପଟେ ପାହାଡ଼ୀ ଜିଲ୍ଲା ଡିମା ହାଉସ ସ୍ଥିତ ହାଫଲାଗ୍ନ ଅଞ୍ଚଳରେ ଭୂସ୍ଖଳନ ହେବା ଫଳରେ ଜଣେ ମହିଳାଙ୍କ ସମେତ ତିନି ଜଣଙ୍କ ମୃତ୍ୟୁ ହୋଇଛି। ସୂଚନାନୁଯାୟୀ , ସେହିଭଳି କଚ୍ଛାର ଜିଲ୍ଲାର ସ୍ଥିତି ପୂରା ସଙ୍ଗିନ ହୋଇଛି। ହଠାତ ବନ୍ୟା ଆସିବା ଫଳରେ ୪୧ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଜିଲ୍ଲାର ୧୩୮ ଟି ଗାଁର ୪୧,୦୩୭ ଲୋକ ପ୍ରଭାବିତ ହୋଇଥିବାବେଳେ ୧,୬୮୫ ଲୋକ ରିଲିଫ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି।

Related posts

ଦେଶରେ ଦିନକରେ ୮,୦୧୩ ଆକ୍ରାନ୍ତ ଚିହ୍ନଟ ଓ ୩୦୨ ଜଣ ମୃତ

mahabharatanews

ଗୁରୁମିତ ରାମ ରହିମ ନିର୍ଦୋଷ ସାବ୍ୟସ୍ତ

mahabharatanews

ଅଚାନକ ଜଳିଗଲା ବସ, ୮ ଜୀବନ୍ତ ଦଗ୍ଧ

mahabharatanews