ଓଡିଶାରାଜନୀତି

ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ

ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଡଃ ମନମୋହନ ସିଂହଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ସଭା, କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ମଣି କ୍ରୀଷ୍ଣା ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଅଛି। ମାହାଙ୍ଗା ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ଦେବେନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଏହି ଶ୍ରଦ୍ଧାଞ୍ଜଳି ସଭାରେ କଂଗ୍ରେସର ପୂର୍ବତନ ନିଶ୍ଚିନ୍ତକୋଇଲି ବ୍ଲକ ଅଧ୍ୟକ୍ଷ ରମାକାନ୍ତ ବେହେରାଙ୍କ ସମେତ ଶହଶହ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ। ଡଃ ମନମୋହନ ସିଂହଙ୍କ ଭାରତ ପ୍ରତି ଅବଦାନ ଅବିସ୍ମରଣୀୟ ହୋଇ ରହିଥିବ ବୋଲି ବକ୍ତାମାନେ କହିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସମୟ କାଳରେ ବିଶେଷ କରି ଗ୍ରାମାଞ୍ଚଳ ଗରିବ ଲୋକମାନଙ୍କ ବିକାଶ ପାଇଁ ଅନେକ ଯୋଜନା ମାନ କରାଯାଇଥିଲା, ଯାହା ଏବେବି ଚାଲୁ ରହିଛି। ତେଣୁ ସ୍ବର୍ଗତ ଡଃ ମନମୋହନ ସିଂହ ଅବର୍ତମାନରେ ସାରା ଦେଶ ତାଙ୍କୁ ମନେ ରଖିବ ବୋଲି ଅଭିଭାଷଣରେ ପ୍ରବକ୍ତାମାନେ କହିଥିଲେ।

Related posts

ପୂର୍ବତନ ବିଧାୟକଙ୍କ ପେନସନ୍ ବୃଦ୍ଧି

mahabharatanews

ଦୁଇ ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା ଜଣେ ମୃତ ଚାରୀ ଗୁରୁତର

mahabharatanews

୧୯ରୁ ବଦଳିବ ପାଗ 

mahabharatanews