ମନୋରଞ୍ଜନ

ବଲିଉଡ୍‌ ଅଭିନେତା ବୀର ଦାସଙ୍କୁ ଆନ୍ତର୍ଜାତିକ ଏମି ପୁରସ୍କାର

(ମୁମ୍ବାଇ) :  ଭାରତର ଷ୍ଟାଣ୍ଡ୍‌ଅପ୍‌ କମେଡିଆନ୍ ତଥା ବଲିଉଡ୍‌ ଅଭିନେତା ବୀର ଦାସ ଏ ବର୍ଷର ଆନ୍ତର୍ଜାତିକ ଏମି ପୁରସ୍କାରର ‘ଶ୍ରେଷ୍ଠ ବ୍ୟଙ୍ଗ’ ବିଭାଗ ପୁରସ୍କାର ଜିଣି ଇତିହାସ ରଚିଛନ୍ତି। ନେଟ୍‌ଫ୍ଲିକ୍‌ସରେ ମୁକ୍ତିଲାଭ କରିଥିବା ‘ବୀର ଦାସ: ଲ୍ୟାଣ୍ଡିଙ୍ଗ୍‌’ ନାମକ ଷ୍ଟାଣ୍ଡ୍‌ଅପ୍‌ କାର୍ଯ୍ୟକ୍ରମ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି।

ସୂଚନାନୁଯାୟୀ , ‘ଡେରି ଗାର୍ଲସ୍‌- ସିଜନ ୩’ ଧାରାବାହିକ ସହିତ ସେ ଏହି ପୁରସ୍କାର ଯୁଗ୍ମ ଭାବେ ଜିଣିଛନ୍ତି। ଏଥି ସହିତ ବୀର ଭାରତର ପ୍ରଥମ କମେଡିଆନ୍‌ ଭାବେ ଏମି ପୁରସ୍କାର ଜିଣିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ପୂର୍ବରୁ ୨୦୨୧ ମସିହାର ଆନ୍ତର୍ଜାତିକ ଏମି ପୁରସ୍କାରର ‘ଶ୍ରେଷ୍ଠ ବ୍ୟଙ୍ଗ’ ବିଭାଗ ଦୌଡ଼ରେ ବୀରଙ୍କ ‘ବୀର ଦାସ: ଫର୍ ଇଣ୍ଡିଆ’ କାର୍ଯ୍ୟକ୍ରମ ପ୍ରଥମ ଥର ସାମିଲ ହୋଇଥିଲା କିନ୍ତୁ ସେ ପୁରସ୍କାର ଜିଣି ନ ଥିଲେ।

Related posts

ଉର୍ଫିଙ୍କୁ ଥାନାକୁ ନେଇଗଲେ ପୋଲିସ

mahabharatanews

“ମୁଁ କଙ୍ଗନାଙ୍କୁ ପସନ୍ଦ କରେ” :ଇମ୍ରାନ ହାସମୀ 

mahabharatanews

ପ୍ରଚାର ପାଇଁ ମାଣ୍ଡିରେ କଙ୍ଗନା ରାଣାୱ

mahabharatanews