ଓଡିଶା

ଚାଷୀର ବିକାଶ ପାଇଁ କପ୍ତିପଦାରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା

କପ୍ତିପଦା ହାଇସ୍କୁଲ ପଡିଆ ଠାରେ ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ମେଳା ଆୟୋଜିତ ହୋଇଯାଇଛି  ଏହି କାର୍ଯ୍ୟକ୍ରମ କୁ ଉଦଳା ବିଧାୟକ ଭାସ୍କର ମଢେଇ, ଏନଏସି ଅଧ୍ୟକ୍ଷ ପ୍ରମିଳା ପଣ୍ଡା, କପ୍ତିପଦା ବିଡ଼ିଓ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ। ଗ୍ରାମାଞ୍ଚଳରେ ଚାଷ ର ବିକାଶ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଏହି ମେଳାରେ ବିଶେଷକରି ମତ୍ସ୍ୟ ଏବଂ ପଶୁ ପାଳନ ପ୍ରୋତ୍ସାହିତ କରିବା ପାଇଁ ଏହି ପ୍ରୟାସ। କିଭଳି ନୂତନ ଜ୍ଞାନ କୌଶଳ ଆପଣେଇ ଚାଷୀମାନେ ଅଧିକ ରୋଜଗାର କ୍ଷମ ହୋଇପାରିବେ ଏବଂ ତା ସହିତ ଅନ୍ୟମାନଙ୍କୁ ପ୍ରୋତ୍ସାହିତ କରିବେ।

ଚାଷୀ ମାନେ ଉନ୍ନତ କିସମର ବିହନ, ଉନ୍ନତ ମାନର ପ୍ରଣାଳୀ ଏହି ମେଳା ମାଧ୍ୟମରେ ଚାଷୀମାନଙ୍କୁ ଶିକ୍ଷା ଦିଆଯାଇଥିଲା। ସରକାରଙ୍କ ପକ୍ଷରୁ ହେଉଥିବା କାମଧେନୁ ଯୋଜନାରେ ଗୋ ପାଳନ, ମାଛ ଚାଷ, ଘୁଷୁରୀ ଚାଷ, କୁକୁଡ଼ା ଫାର୍ମ ଆଦି କରିବା ପାଇଁ କିପରି ସରକାରଙ୍କ ପକ୍ଷରୁ ସବସିଡି ମିଳିପାରିବ ସେ ନେଇ ମଧ୍ୟ ଏହି ମେଳାରେ ଚାଷୀଙ୍କୁ ସୂଚନା ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ କପ୍ତିପଦା ଗଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ଡ଼ା. ଦିଲୀପ କୁମାର ବେହେରା, ଉଦଳା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ଶରତ କୁମାର ପାତ୍ର, ଅତିରିକ୍ତ ପ୍ରାଣୀ ଚିକିତ୍ସାଧିକାରୀ ଶୁଭମ ଶେଖର ସ, ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ଡ଼ା ନିର୍ମଳ ଚନ୍ଦ୍ର ବାରିକ, ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ ଡ଼ା କୁନ୍ଦନ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l

Related posts

ପୌରସଂସ୍ଥା ପକ୍ଷରୁ ବଜାର ଉଚ୍ଛେଦ ସମୟରେ ଉତ୍ତେଜନା

mahabharatanews

5T ସଚିବଙ୍କ ବେଦବ୍ୟାସ ପୀଠ ପରିଦର୍ଶନ : ତୀର୍ଥ ଯାତ୍ରୀ ଓ ପର୍ଯ୍ୟଟକଙ୍କ ପାଇଁ ସୁବିଧା ସୁଯୋଗର ବିକାଶ ଯୋଜନା ପନ୍ଦର ଦିନ ମଧ୍ୟରେ ପ୍ରସ୍ତୁତ କରିବାକୁ କରିବେ ଜିଲ୍ଲାପାଳ

mahabharatanews

ବିଧବାଙ୍କୁ ହତ୍ୟା ଧମକ, ଅଭିଯୁକ୍ତ ଗିରଫ

mahabharatanews