ଓଡିଶା

ବିଧବାଙ୍କୁ ହତ୍ୟା ଧମକ, ଅଭିଯୁକ୍ତ ଗିରଫ

କଣିହାଁ: ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ସମଲ ଥାନା ପୋଲିସ୍ ଜଣେ ମହିଳାଙ୍କୁ ଗାଳି ଗୁଲଜ ସହ ହତ୍ୟା ଧମକ ଅଭିଯୋଗରେ ରବିବାର ଦିନ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା ସମଲ ଥାନା ଅଧୀନସ୍ଥ ସର୍ଦ୍ଧାପୁର ଗ୍ରାମର ମଙ୍ଗୁଳୁ ବେହେରାଙ୍କ ପୁଅ ବିଜୟ ବେହେରା(୫୫) ।
ପୋଲିସ୍ ସୁତ୍ରରୁ ପ୍ରକାଶ ଯେ, ଗତ ଶନିବାର ଅପରାହ୍ନ ୩ଟାରେ ଏକ ଖଜୁରୀ ଗଛକୁ କେନ୍ଦ୍ରକରି ସର୍ଦ୍ଧାପୁର ଗ୍ରାମର ବିଧବା ମହିଳା ଦୈମୟନ୍ତୀ ମହାନ୍ତି(୪୫ବର୍ଷ) ଓ ବିଜୟଙ୍କ ମଧ୍ୟରେ କଥା କଟା କଟି ପରେ ଝଗଡା ହୋଇଥିଲା । ଏଥିରେ ଉତ୍‌କ୍ଷିପ୍ତ ହୋଇ ବିଜୟ ଦମୟନ୍ତୀଙ୍କୁ ହତ୍ୟା ଧମକ ଦେଇଥିଲେ । ଏନେଇ ଦମୟନ୍ତୀ ଗତକାଲି ଅପରାହ୍ନ ୪ ଘଂଟିକାରେ ସମଲଥାନାରେ ଏତଲା ଦେଇଥିଲେ । ଅଭଦ୍ରଭାଷାରେ ଗାଳି ଗୁଲଜ ସହିତ ହତ୍ୟା କରିବା ନେଇ ବିଜୟ ଧମକ ଦେଇଥିବା ଏତଲାରେ ଉଲ୍ଲେଖ କରିଥିଲେ । ଶେଷରେ ଉକ୍ତ ମାମଲକୁ ପୋଲିସ୍ ତଦନ୍ତ କରିବା ପରେ ଅଭିଯୁକ୍ତ ବିଜୟକୁ ଆଜି ପୁଲିସ୍ କୋର୍ଟ ଚାଲାଣ କରିଥିବା ପୁଲିସ୍ ସୁତ୍ରରୁ ପ୍ରକାଶ ।

Related posts

ମାଲକାନଗିରିରେ ଜାତୀୟ ଭୋଟର ଦିବସ ପାଳନ

mahabharatanews

ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ଆଜି ଅନ୍ତିମ ଦିନ

mahabharatanews

ଭାରତରେ କରୋନାସ୍ଥିତି ଜଟିଳ : ଗତ ୨୪ ଘଣ୍ଟାରେ ୩୩୯୦ ଆକ୍ରାନ୍ତ ଚିହ୍ନଟ ସହ ୧୦୩ ଟି ଜୀବନ ନେଇଛି କରୋନା ଭାଇରସ

mahabharatanews