ଓଡିଶା

ଝାରସୁଗୁଡ଼ାରୁ ଆଉ ୨ ସହରକୁ ଆରମ୍ଭ ହେବ ବିମାନ ସେବା

(ଭୁବନେଶ୍ୱର) :  ଝାରସୁଗୁଡ଼ାରୁ ଆଉ ୨ ସହରକୁ ଆରମ୍ଭ ହେବ ବିମାନ ସେବା । ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଉଡିବ ଇଣ୍ଡିଗୋ । ଏହି ସେବା  ନଭେମ୍ବର ୫ରୁ କୋଲକାତା କୁ ବିମାନ ସେବା ଆରମ୍ଭ ହେବା ସହ ନଭେମ୍ବର ୧୫  ତାରିଖରୁ ବାଙ୍ଗାଲୁରୁକୁ ଉଡିବ ଇଣ୍ଡିଗୋ । ଝାରସୁଗୁଡା ଏୟାରପୋର୍ଟ ଅଥରିଟି ବିମାନ ଉଡାଣର ଏକ କାର୍ଯ୍ୟସୂଚୀ ସମ୍ପର୍କରେ ତାଙ୍କର ଅଫିସିଆଲ ଏକ୍ସ ହାଣ୍ଡେଲରେ ସେୟାର କରିଛନ୍ତି ।

ସୂଚନାନୁଯାୟୀ , ଏହା ଦ୍ୱାରା ଝାରସୁଗୁଡାକୁ ସିଧାସଳଖ ବେଙ୍ଗାଲୁରୁ ଓ କୋଲକାତା ସହ ଯୋଡି ହେବ । ଇଣ୍ଡିଗୋ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ଏ ନେଇ ଗୁରୁବାର ଠାରୁ ଆଗୁଆ ଟିକେଟ ବିକ୍ରି ଆରମ୍ଭ ହେବ । କୋଲକାତାରୁ ସନ୍ଧ୍ୟା ୫ .୫୦ ରେ ବିମାନ ଉଡାଣ ଭରି ସନ୍ଧ୍ୟା ୭.୨୫  ମିନିଟ୍ ରେ ଝାରସୁଗୁଡ଼ାରେ ପହଞ୍ଚିବ । ସେହିପରି ଝାରସୁଗୁଡ଼ାରୁ ସନ୍ଧ୍ୟା ୭.୫୫ ମିନିଟ୍ ରେ ବାହାରି ରାତି ୯.୨୦ ରେ କୋଲକାତାରେ ପହଞ୍ଚିବ ।

Related posts

୫ ବର୍ଷ ପରେ ଓଡ଼ିଶାରେ କେହି ଭୂମିହୀନ ଓ ବାସହୀନ ରହିବେନି: ସୁରେଶ ପୂଜାରୀ

mahabharatanews

କିଏ କେଉଁଠି କରିବେ ପତାକା ଉତ୍ତୋଳନ

mahabharatanews

ଶିକ୍ଷକଙ୍କ ବଦଳି ପ୍ରତିବାଦ କରି ସ୍କୁଲ୍ ଛାତ୍ରଛାତ୍ରୀଙ୍କ ଧାରଣା

mahabharatanews