ଓଡିଶା

କିଏ କେଉଁଠି କରିବେ ପତାକା ଉତ୍ତୋଳନ

ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ, କଟକରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ

ଭୁବନେଶ୍ୱର: ରାଜ୍ୟରେ ପତାକା ଉତ୍ତୋଳନ ଲାଗି ଅତିଥିଙ୍କ ତାଲିକା ପ୍ରକାଶ ପାଇଛି। ଭୁବନେଶ୍ୱରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଉତ୍ତୋଳନ କରିବେ। ଏଥି ସହିତ ମିଳିତ ପ୍ୟାରେଡରେ ଅଭିଭାଦନ ଗ୍ରହଣ କରିବେ। ସେହିପରି କଟକରେ ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ପତାକା ଉତ୍ତୋଳନ କରିବେ। ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା କନ୍ଧମାଳରେ ପତାକା ଉତ୍ତଳୋନ କରିବେ। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପୁରୀରେ, କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଢେଙ୍କାନାଳରେ, ବଲାଙ୍ଗୀରରେ ମନ୍ତ୍ରୀ ପ୍ରଦୀପ ଅମାତ, କେନ୍ଦୁଝରରେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ନୟାଗଡରେ ମନ୍ତ୍ରୀ ଉଷାଦେବୀ, ସୁନ୍ଦରଗଡରେ ମନ୍ତ୍ରୀ ପ୍ରତାପ ଦେବ ପ୍ରମୁଖ ପତାକା ଉତ୍ତୋଳନ କରିବେ।
ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ମାଲକାନାଗିରିରେ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର ସମ୍ବଲପୁରରେ, ବୈଷୟିକ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ କୋରାପୁଟରେ, ଗଜପତିରେ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ଖୋର୍ଦ୍ଧାରେ ମନ୍ତ୍ରୀ ତୁଷାରକାନ୍ତି ବେହେରା, ସୋନପୁରରେ ମନ୍ତ୍ରୀ ରୋହିତ ପୂଜାରୀ, ନୂଆପଡାରେ ମନ୍ତ୍ରୀ ରୀତା ସାହୁ, ଅନୁଗୁଳରେ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଓ ବ୍ରହ୍ମପୁରରେ ଆରଡିସି ପ୍ରମୁଖ ପତାକା ଉତ୍ତୋଳନ କରିବେ। ବାକି ୯ଟି ଜିଲ୍ଲାରେ ଜିଲ୍ଲାପାଳମାନେ ପତାକା ଉତ୍ତୋଳନ କରିବେ।

Related posts

ରାଜ୍ୟରେ ବଢିଛି କରୋନା ସଂକ୍ରମଣ; ୨୦୩ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews

ଆଜି ନବୀନ ନିବାସରେ ବସିପାରେ ବୈଠକ

mahabharatanews

ଅଫିସ୍‌ ଭିତରେ ପଶି ବିଡିଓଙ୍କୁ ଛେଚିଲେ, ଥାନାରେ ଏତଲା ଦେଲେ ବିଡିଓ ସତ୍ୟନାରାୟଣ

mahabharatanews