ଵାଣିଜ୍ୟ

ଅନ୍ତର୍ଜାତୀୟ ବିମାନ ଉଡାଣ ଜୁଲାଇ ୩୧ ଯାଏଁ ହେବନାହିଁ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ଆଜି ଭାରତ ସରକାର ବିଧିବଦ୍ଧ ଭାବେ ବଡ଼ ଘୋଷଣା କରିଛନ୍ତି । ପୂର୍ବରୁ ଜୁଲାଇ ୧୫ ଯାଏ ବିଦେଶକୁ ଉଡ଼ାଣ ବନ୍ଦ ରହିଥିବା ବେଳେ ଏବେ ଏହାକୁ ଜୁଲାଇ ୩୧ ତାରିଖ ଯାଏ ବୃଦ୍ଧି କରାଯାଇଛି । କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ସରକାର ଜୁଲାଇ ୩୧ ଯାଏ ବିଦେଶକୁ କୌଣସି ପ୍ରକାରର ବିମାନ ଉଡ଼ି ପାରିବ ନାହିଁ ବୋଲି କହିଛନ୍ତି ।
କିନ୍ତୁ ଆବଶ୍ୟକତା କ୍ଷେତ୍ରରେ କିଛି ନିର୍ଦ୍ଦିଷ୍ଟ ରୁଟରେ ବିମାନ ଚଳାଚଳ ପାଇଁ ଅନୁମତି ଦିଆଯାଇ ପାରିବ ବୋଲି କୁହାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୨୩ରୁ ଅନ୍ତର୍ଜାତୀୟ ବିମାନ ସେବାକୁ ବନ୍ଦ କରାଯାଇଥିଲା । ପର୍ଯ୍ୟାୟକ୍ରମେ ଲକଡାଉନ ବଢିବା ସହ ବିମାନ ଉଡ଼ାଣ ଉପରେ କଟକଣା ଲାଗୁ କରାଯାଉଛି । କିନ୍ତୁ ବିଦେଶରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ବନ୍ଦେ ଭାରତ ମିଶନ ଜରିଆରେ ଏୟାର ଇଣ୍ଡିଆ ବିମାନ ଚଳାଚଳ କରାଯାଉଛି ।

Related posts

ଭାରତୀୟ ପୁଞ୍ଜି ବଜାରରୁ ମୁହଁ ଫେରାଉଛନ୍ତି ବିଦେଶୀ ନିବେଶକ ।

mahabharatanews

ରୁଷର ଇନ୍ଧନ କିଣିବା ଠାରୁ ଦୂରେଇ ରହିପାରେ ରିଲାଏନ୍ସ !

mahabharatanews

କମିବ କି ପାର୍ଲେ ଜି ବିସ୍କୁଟର ଦର

mahabharatanews