ଵାଣିଜ୍ୟ

ଅନ୍ତର୍ଜାତୀୟ ବିମାନ ଉଡାଣ ଜୁଲାଇ ୩୧ ଯାଏଁ ହେବନାହିଁ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ଆଜି ଭାରତ ସରକାର ବିଧିବଦ୍ଧ ଭାବେ ବଡ଼ ଘୋଷଣା କରିଛନ୍ତି । ପୂର୍ବରୁ ଜୁଲାଇ ୧୫ ଯାଏ ବିଦେଶକୁ ଉଡ଼ାଣ ବନ୍ଦ ରହିଥିବା ବେଳେ ଏବେ ଏହାକୁ ଜୁଲାଇ ୩୧ ତାରିଖ ଯାଏ ବୃଦ୍ଧି କରାଯାଇଛି । କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ସରକାର ଜୁଲାଇ ୩୧ ଯାଏ ବିଦେଶକୁ କୌଣସି ପ୍ରକାରର ବିମାନ ଉଡ଼ି ପାରିବ ନାହିଁ ବୋଲି କହିଛନ୍ତି ।
କିନ୍ତୁ ଆବଶ୍ୟକତା କ୍ଷେତ୍ରରେ କିଛି ନିର୍ଦ୍ଦିଷ୍ଟ ରୁଟରେ ବିମାନ ଚଳାଚଳ ପାଇଁ ଅନୁମତି ଦିଆଯାଇ ପାରିବ ବୋଲି କୁହାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୨୩ରୁ ଅନ୍ତର୍ଜାତୀୟ ବିମାନ ସେବାକୁ ବନ୍ଦ କରାଯାଇଥିଲା । ପର୍ଯ୍ୟାୟକ୍ରମେ ଲକଡାଉନ ବଢିବା ସହ ବିମାନ ଉଡ଼ାଣ ଉପରେ କଟକଣା ଲାଗୁ କରାଯାଉଛି । କିନ୍ତୁ ବିଦେଶରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ବନ୍ଦେ ଭାରତ ମିଶନ ଜରିଆରେ ଏୟାର ଇଣ୍ଡିଆ ବିମାନ ଚଳାଚଳ କରାଯାଉଛି ।

Related posts

୨୦୨୩ରୁ ଜନସନ ଏଣ୍ଡ ଜନସନ ପାଉଡର ବିକ୍ରି ବନ୍ଦ ହେବ

mahabharatanews

ଦେଶରେ ବ୍ୟାଙ୍କଗୁଡ଼ିକର ମିଶ୍ରଣ କରି ଏକ ବିଶ୍ବସ୍ତରୀୟ ବ୍ୟାଙ୍କ ପ୍ରତିଷ୍ଠା କରିବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି

mahabharatanews

ଲଞ୍ଚ ହେଲା ଭାରତ ସ୍କାନର ଆପ୍

mahabharatanews