ଦେଶ ବିଦେଶପ୍ରଯୁକ୍ତିବିଶ୍ୱଵାଣିଜ୍ୟ

ଭାରତୀୟ ପୁଞ୍ଜି ବଜାରରୁ ମୁହଁ ଫେରାଉଛନ୍ତି ବିଦେଶୀ ନିବେଶକ ।

ଭାରତୀୟ ପୁଞ୍ଜି ବଜାରରୁ ମୁଁହ ଫେରାଉଛନ୍ତି ବିଦେଶୀ ନିବେଶକ । ଚଳିତ ୨୦୨୬ ମସିହାର ପ୍ରଥମ ୧୬ ଦିନରେ ବିଦେଶୀ ନିବେଶକମାନେ ଭାରତୀୟ ପୁଞ୍ଜି ବଜାରରୁ ୨୨,୫୩୦ କୋଟି ଟଙ୍କା (୨.୫ ବିଲିଅନ ଡଲାର) ଉଠାଇ ନେଲେଣି। ବିଶେଷ କରି ୨୦୨୫ ମସିହାରୁ ବିଦେଶୀ ନିବେଶକମା‌ନେ ଭାରତ ବଜାରରୁ ମୁହଁ ଫେରାଉଛନ୍ତି ଯାହାର କାରଣ ସ୍ୱରୂପ ୨୦୨୫ ମସିହାରେ ସେମାନେ ଭାରତୀୟ ପୁଞ୍ଜି ବଜାରରୁ ମୋଟ ୧.୬୬ ଲକ୍ଷ କୋଟି ଟଙ୍କା ( ୧୮.୯ ବିଲିଅନ ଡଲାର) ପ୍ରତ୍ୟାହାର କରି ନେଇଥିଲେ । ତେବେ ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ଅସ୍ଥିରତା, ଡଲାରରେ ନିବେଶରୁ ଭଲ ଲାଭ ମିଳିବା ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସମେତ ବିଶ୍ବର ବିଭିନ୍ନ ଦେଶ ଉପରେ ଶୁଳ୍କ ଲଗାଇବା ପ୍ରଭାବ ବିଦେଶୀ ନିବେଶକଙ୍କ ଉପରେ ପଡ଼ିଛି। ସେମାନେ ଭାରତରୁ ପୁଞ୍ଜି ଉଠାଇ ନେଉଛନ୍ତି ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି। ବଜାରରେ ଅନୁକୂଳ ପରିସ୍ଥିତି ସୃଷ୍ଟି ନହେବା ପର‌୍ୟ୍ୟନ୍ତ ଏଭଳି ଧାରା ଜାରି ରହିବ ବୋଲି ସେମାନେ କହିଛନ୍ତି।

Related posts

ଭାରତରେ ବିଶ୍ୱକପ୍ ଖେଳ ନହେଲେ ବାହାର ରାସ୍ତା ଦେଖ ।

mahabharatanews

ଷ୍ଟକ୍ ମାର୍କେଟରେ ଭୂକମ୍ପ, ଓପନିଂ ଟ୍ରେଡରେ ସବୁଠୁ ଖରାପ ପ୍ରଦର୍ଶନ କଲା BSE

mahabharatanews

ଭାରତୀୟ ସେନାକୁ ନେଇ ମମତାଙ୍କ ବୟାନ, ବଢିଲା ଅଡୁଆ

mahabharatanews