ଓଡିଶା

ଆରପାରିରେ ପୂର୍ବତନ କୋକସରା ବିଧାୟିକା ରୋଶନି ସିଂଦେଓ

କଳାହାଣ୍ଡି: ପୂର୍ବତନ କୋକସରା ବିଧାୟିକା ରୋଶନି ସିଂଦେଓଙ୍କ ଆଜି ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା । ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁଁ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି । ଭୁବନେଶ୍ୱରରେ ପୁଅ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ପୁଷ୍ପେନ୍ଦ୍ର ସିଂହଦେଓଙ୍କ ପାଖରେ ରହୁଥିଲେ । ସେ ୧୯୯୫ ରୁ ୨୦୦୪ ପର୍ଯ୍ୟନ୍ତ ୨ ଥର ଲଗାତାର କୋକସରା ନିର୍ବାଚନ ମଣ୍ଡଳୀ ରୁ ବିଧାୟିକା ରହିଥିଲେ। ଜନତା ଦଳରୁ ୧୯୯୫ରୁ ୨୦୦୦ ଓ ବିଜୁ ଜନତା ଦଳରୁ ୨୦୦୦ ରୁ ୨୦୦୪ ପର୍ଯ୍ୟନ୍ତ ବିଧାୟିକା ରହିଥିଲେ। ନିର୍ବାଚନ ମଣ୍ଡଳୀ ବିଭାଜନ ପରେ ତାଙ୍କ ସୁପୁତ୍ର ପୁଷ୍ପେନ୍ଦ୍ର ସିଂଦେଓ ବିଜୁ ଜନତା ଦଳରୁ ୨୦୦୪ ରୁ ୨୦୧୯ ପର୍ଯ୍ୟନ୍ତ ଧର୍ମଗଡ ନିର୍ବାଚନ ମଣ୍ଡଳୀ ରୁ କ୍ରମାଗତ ବିଧାୟକ ରହିଥିଲେ। ତାଙ୍କ ମୃତ୍ୟୁ ଖବର ଶୁଣିବା ପରେ କଳାହାଣ୍ଡି ଜିଲ୍ଲା ରେ ଶୋକର ଛାୟା ଖେଳିଯାଇଛି।

Related posts

ପ୍ରବାସୀ ଶ୍ରମିକଙ୍କ ଭଡା ଦେବେ ରାଜ୍ୟ ସରକାର

mahabharatanews

ଦୁର୍ଘଟଣାରେ ଠିକାଦାର ସଂଘ ସଂପାଦକ ଓ ସାଥିଙ୍କ ମୃତ୍ୟୁ

mahabharatanews

ଲକଡାଉନ ଯୋଗୁଁ ସାଇକେଲରେ ନରସିଂହ ପୁର ପହଞ୍ଚିଲେ ପ୍ରବାସୀ

mahabharatanews