ଅପରାଧଓଡିଶା

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ବଡ ଝଟକା

ବହୁ ଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ବଡ ଝଟକା । ବିକ୍ରମ ପଣ୍ଡାଙ୍କ ସମେତ ୫ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ ହୋଇଛି । ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ମେୟର ଶିବ ଶଙ୍କର ଦାଶ, ମଦନ ମୋହନ ଦଳାଇ, ସୁନିଲ ହୋତା ଏବଂ ଶୂନ୍ୟ ଦାସଙ୍କ ଆବେଦନ ଖାରଜ ହୋଇଛି । ଜାମିନ୍ ଆବେଦନ ଖାରଜ କଲେ ବ୍ରହ୍ମପୁର ଏଡିଜେ- ୩ କୋର୍ଟ । ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ୫ ଅଭିଯୁକ୍ତ ଏବେ ବ୍ରହ୍ମପୁର ଜେଲରେ ରହିଛନ୍ତି ।

Bikram Panda arrest | Former Berhampur MLA Bikram Panda arrested in BJP  leader Pitabash Panda murder case - Telegraph India

ପ୍ରକାଶଥାଉକି, ଗତ ଅକ୍ଟୋବର ୬ ତାରିଖ ଅର୍ଥାତ କୁମାରପୂର୍ଣ୍ଣିମା ରାତିରେ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ଅଭିଯୁକ୍ତ କୁରୁପତି ଭୂୟାଁ ଓ ଚିଣ୍ଟୁ ପ୍ରଧାନ ବାଇକରେ ଆସି ପୀତବାସ ପଣ୍ଡାଙ୍କ ଉପରକୁ ଫାୟାରିଂ କରିଥିଲେ । ଏନେଇ ବୈଦ୍ୟନାଥପୁର ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଥିଲା । ତଦନ୍ତ ସମୟରେ ସତ୍ୟ ସାମ୍ନାକୁ ଆସିଥିଲା । ପୋଲିସ ଏହି ଘଟଣାରେ ୧୬ ଜଣଙ୍କୁ ଗିରଫ କରି ଜେଲ ପଠାଇଥିଲା। ସେମାନଙ୍କ ମଧ୍ୟରୁ ସୁରକ୍ଷା ଦୃଷ୍ଟିରୁ ଶିବ ଶଙ୍କର ଦାଶ୍ ଓରଫ ପିଣ୍ଟୁ ଏବେ ଫୁଲବାଣୀ ଜେଲରେ ଅଛନ୍ତି।

Berhampur Circle Jail launches skill training programme

Related posts

ବିଚାରଧୀନ ବନ୍ଦୀଙ୍କ ଶିଶୁ ଚି଼ହ୍ନଟ ଓ ପରାମର୍ଶ କର୍ମଶାଳା

mahabharatanews

ଜାଲରେ ପଡିଥିବା ହରିଣକୁ ଉଦ୍ଧାର କଲେ ଗ୍ରାମବାସୀ

mahabharatanews

ସେକ୍ସ ରାକେଟର ମୁଖିଆ କରୋନା ପଜିଟିଭ

mahabharatanews