ଅନୁଗୁଳ: ଚାକିରୀ କରାଇ ଦେବା ନାମରେ ଠକୁଥିବା ବାପା ପୁଅଙ୍କୁ ଗିରଫ କରିଛି ପୁଲିସ । ବର୍ଷବର୍ଷ ଧରି ନାମୀଦାମୀ କମ୍ପାନୀରେ ଚାକିରି କରାଇଦେବାକୁ କହି ଲକ୍ଷଲକ୍ଷ ଟଙ୍କା ଠକି ଆସୁଥିଲେ । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତ ବାପା ପୁଅଙ୍କୁ ଗିରଫ କରିଛି । ଏହି ବାପା ପୁଅ ହେଉଛନ୍ତି ଅନୁଗୁଳୁ ଶିମିଳିପଡାର ଘନଶ୍ୟାମ ମିଶ୍ର ଓ ତାଙ୍କ ପୁଅ ।
ଅନୁଗୁଳ ଥାନା ଅଧୀନ ବେଣାଗାଡ଼ିଆ ଅଞ୍ଚଳର ପ୍ରାଣବନ୍ଧୁ ଜେନାଙ୍କ ପୁଅକୁ ଟାଟା କମ୍ପାନୀରେ ଚାକିରି କରାଇଦେବାକୁ ୩ ବର୍ଷ ପୂର୍ବେ ଘନଶ୍ୟାମ ପ୍ରାଣବନ୍ଧୁଙ୍କ ଠାରୁ ୪ଲକ୍ଷ ୫୦ହଜାର ଟଙ୍କା ନେଇଥିଲେ। ଘଟଣାକୁ ୩ ବର୍ଷ ବିତିଯାଇଥିଲେ ମଧ୍ୟ ପ୍ରାଣବନ୍ଧୁଙ୍କ ପୁଅକୁ ନିଯୁକ୍ତି ମିଳିନାହିଁ । ଫଳରେ ଅସନ୍ତୁଷ୍ଟ ପ୍ରାଣବନ୍ଧୁ ଘନଶ୍ୟାମଙ୍କୁ ଟଙ୍କା ଫେରସ୍ତ କରିବାକୁ କହିଥିଲେ । କିନ୍ତୁ ଘନଶ୍ୟାମ ମାତ୍ର ୮୦ ଲକ୍ଷ ଟଙ୍କା ଫେରାଇଥିଲେ ମଧ୍ୟ ବାକି ଟଙ୍କା ଫେରସ୍ତ ନ କରି ଧରାଛୁଆଁ ଦେଉ ନ ଥିଲେ । ପ୍ରାଣବନ୍ଧୁ ଶେଷରେ ଶିମିଳିପଡାରେ ଥିବା ଘନଶ୍ୟାମଙ୍କ ଘରକୁ ଯିବାକୁ ଘନଶ୍ୟାମ ସେମାନଙ୍କୁ ଦୁର୍ବ୍ୟବହାର କରିଥିଲେ । ଏନେଇ ପ୍ରାଣବନ୍ଧୁ ଓ ତାଙ୍କ ପତ୍ନୀ କୋଲିୟରୀ ଥାନାରେ ଅଭିଯୋଗ କରିଥିଲେ ।
ପୁଲିସ ଅଭିଯୋଗ ଆଧାରରେ ବାପା ଓ ପୁଅଙ୍କୁ ଗିରଫ କରି ପଚରା ଉଚରା କରି ଜାଣିବାକୁ ପାଇଛି, ବାପା ପୁଅ ଓଡ଼ିଶା, ବିହାର,ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ,ପଶ୍ଚିମବଙ୍ଗର ହଜାର ହଜାର ଛାତ୍ରଛାତ୍ରୀଙ୍କୁ ନାମିଦାମୀ କମ୍ପାନୀରେ ନିଯୁକ୍ତି ଦେବାପାଇଁ ୨ରୁ ୩ଲକ୍ଷ ଟଙ୍କା ଲେଖା ଠକିନେଇଛନ୍ତି ।
Emergency contraception can potentially reduce unplanned pregnancy and abortion rates. vgrmalaysia Health Engine Patient Blog.