ଓଡିଶା

ସିଆରପିଏଫ ଛକ ନିକଟ ପ୍ରିୟଦର୍ଶିନୀ ମାର୍କେଟରେ ଭୟଙ୍କର ଅଗ୍ନିକାଣ୍ତ

ଭୁବନେଶ୍ଵର ସିଆରପିଏଫ ଛକ ନିକଟ ପ୍ରିୟଦର୍ଶିନୀ ମାର୍କେଟରେ ଭୟଙ୍କର ଅଗ୍ନିକାଣ୍ତ । ମହାବୀର ମାର୍କେଟ୍ କମ୍ପ୍ଲେକ୍ସରେ ନିଆଁ ଲାଗିବା ଯୋଗୁଁ ସିଆର୍‌ପି ଛକ ଅଞ୍ଚଳ ଧୂଆଁମୟ ହୋଇଯାଇଛି । ନିଆଁ ଲିଭାଇବାକୁ ୪ଟି ଦମକଳ ଗାଡ଼ି ନିୟୋଜିତ ହୋଇଛି । ସର୍ଟ ସର୍କିଟ୍‌ରୁ ଅଗ୍ନିକାଣ୍ଡ ଘଟିଥିବା ନେଇ ସନ୍ଦେହ କରାଯାଉଛି । ମାକେର୍ଟ କମ୍ପ୍ଲେକ୍ସରେ ଥିବା ପ୍ରଥମ ମହଲାରେ ଥିବା ଏକାଧିକ ଦୋକାନରେ ନିଆଁ ବ୍ୟାପି ଯାଇଥିବା ବେଳେ କମ୍ପ୍ଲେକ୍ସର କିଛି ଗୋଦାମ ଘରେ ଜୋରଦାର ନିଆଁ ଲାଗିଥିବା ଜଣାପଡ଼ିଛି । ନିୟୋଜିତ ଅଗ୍ନିଶମବାହିନୀ ନିଆଁକୁ ଆୟତ୍ତ କରିବକୁ ଉଦ୍ୟମ ଜାରି ରଖିଛି ।

market

Related posts

ମୋ ବସ ଡ୍ରାଇଭରକୁ ମାଡମାରିଲେ ଯୁବକ

mahabharatanews

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୫୯ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews

ଆସନ୍ତାକାଲି ୧୧ଟାରେ ଯୁକ୍ତ୨ ଫଳାଫଳ

mahabharatanews