କୋରାପୁଟ: ନାରାୟଣପାଟଣା ବ୍ଲକ ସ୍ଥିତ ମାଁ ଚୈତ୍ରାଇ କଲ୍ୟାଣ ମଣ୍ଡପ ଠାରେ କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘ ଏସୟୁଜେ ତରଫରୁ ଏକ ବନ୍ଧୁ ମିଳନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ମୁଖ୍ୟ ଅତିଥି ଭାବେ ବିଦ୍ୟାଧର ଚୌଧୁରୀ, ଜିଲ୍ଲା କାର୍ୟ୍ୟକାରି ସଭାପତି ବବୁଲ ସିଂ, ମୂଖ୍ୟ ଅତିଥି ଜାତୀୟ ଏନୟୁଜେ ସମ୍ପାଦକ ଅଜୟ ସାହୁ, ମୂଖ୍ୟ ବକ୍ତା ବରିଷ୍ଠ ସାମ୍ବାଦିକ ସିଏଚ ସାନ୍ତାକାର,ସମ୍ମାନିତ ଅତିଥି ରାଜ୍ୟ ଏସୟୁଜେ ଉପସଭାପତି କୀର୍ତିଚନ୍ଦ୍ର ସାହୁ, ସମ୍ମାନୀୟ ଅତିଥି ନବରଙ୍ଗପୁର ଜିଲ୍ଲାର ବରିଷ୍ଠ ସାମ୍ବାଦିକ ବିଭୁ ପ୍ରସାଦ ପଣ୍ଡା , ସମ୍ମାନୀତ ଅତିଥି ଜିଲ୍ଲା ସାମ୍ବାଦିକ ସଙ୍ଘର କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ସତ୍ୟ ନାରାୟଣ ପଟନାୟକ, ସାଧାରଣ ସମ୍ପାଦକ ତରୁଣ ମହାପାତ୍ର ବଲାଙ୍ଗିର ଜିଲ୍ଲା ର ବରିଷ୍ଠ ସାମ୍ବାଦିକ ମହେନ୍ଦ୍ର ଦର୍ଜି, ରାଜ୍ୟ ସମ୍ପାଦକ ରାଜ୍ୟ ଉପ ସଭାପତି କଳାହାଣ୍ଡି ଜିଲ୍ଲାର ଦୁଷ୍ମନ୍ତ କୁମାର ପଣ୍ଡା, ନବରଙ୍ଗପୁର ଜିଲ୍ଲା ର ସଭାପତି ସଦାଶିବ ପ୍ରହରାଜ , ରାୟଗଡ଼ା ଜିଲ୍ଲାର ସଭାପତି ଶିବପ୍ରସାଦ ଗୈଡ ପ୍ରମୁଖ ମାଚାସୀନ ଥିଲେ । ଆୟୋଜିତ କାର୍ୟ୍ୟକ୍ରମରେ କୋରଣା ମହାମାରୀ ସମୟରେ ଆଖି ବୁଝିଥିବା କୋରାପୁଟ ଜିଲ୍ଲାର ସ୍ବର୍ଗତ ପ୍ରଶାନ୍ତ ସାମନ୍ତରାୟ , ସ୍ବର୍ଗତ ଡି. ଶଙ୍କର ରାଓ , ସ୍ବର୍ଗତ ବିଶ୍ବଜିତ ବିଶ୍ବାଳ,ସ୍ବର୍ଗତ ତ୍ରୀନାଥ ସାଗରଙ୍କ ଅମର ଆତ୍ମାର ଶଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ ।
ବନ୍ଧୁମିଳନ ବୈଠକର ମୁଖ୍ୟ ଆଭିମୁଖ୍ୟ ବିଷୟ ତଥା ସାମ୍ବାଦିକତା ଓ ସାମ୍ବାଦିକଙ୍କ ସୁରକ୍ଷା ବିଷୟରେ ମୁଖ୍ୟ ବକ୍ତା ସି ଏଚ ସାନ୍ତାକାର ନିଜର ବକ୍ତବ୍ୟରେ ସାମ୍ବାଦିକର ମୂଲ୍ୟ ବୋଧ ସହ ବିଭିନ୍ନ ପ୍ରସଙ୍ଗରେ କହିଥିଲେ। କାର୍ୟକ୍ରମରେ ନାରାୟଣପାଟଣା ବ୍ଲକର ଦମନ ଚଳଚ୍ଚିତ୍ରରେ ଅଭିନୟ ପାଇଁ ଅଶିତ ମାଲାକାର , ସମାଜସେବା କ୍ଷେତ୍ରରେ ଲଖ୍ମୀପୁର ବ୍ଲକର ନରେନ୍ଦ୍ର ଗରଡା, ବନ୍ଧୁଗାଁ ର କଣ୍ଠ ଶିଳ୍ପୀ ନମିତା ମେଲେକା, ଦଶମନ୍ତପୁର ବ୍ଲକର ଯୁବ ଚିତ୍ରକାର ଭୁଷଣ ଖୋସଲା, ଲଖ୍ମୀପୁର ବ୍ଲକର ଆଦିବାସୀ କଣ୍ଠଶିଳ୍ପୀ କବିତା ଲେଖକ ଅକ୍ଷୟ ସିମୋରଲିଆଙ୍କୁ କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘ ଏସୟୁଜେ ତରଫରୁ ପ୍ରଶଂସା ପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ଏଥିସହ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ପାଇଁ ଜୟପୁର କନକ ନିଉଜ ବ୍ୟୁରୋ ଚିଫ୍ ରମେଶ ସାହୁ , ଦଶମନ୍ତପୁର ବ୍ଲକ ର ହାବଲି ଡଙ୍ଗରି ,ଶୈଳେଶ ଖରଡିଆ , ଲଖ୍ମୀପୁର ବ୍ଲକ ର ଅର୍ଗସ ଟିଭି ପ୍ରତିନିଧି ବଂଶୀ ହଲବା , କୋରାପୁଟ ର ଅର୍ଗସ ଟିଭି ପ୍ରତିନିଧି ଗୋପାଳ ପାଢ଼ୀ , ବନ୍ଧୁଗାଁ ବ୍ଲକ ସକାଳ ପ୍ରତିନିଧି ଉତମ ନାୟକ , କୋରାପୁଟ ଦୈନିକ ଆଶା ପ୍ରତିନିଧି ସୁନ୍ଦର କୁମାର ପାଣି ,ନଦପୁର ସମ୍ବାଦ ପ୍ରତିନିଧି ସୁଜିତ ବିଶ୍ବାଳ , କୋରାପୁଟ ଜିଲ୍ଲା ନିଉଜ ସେଭେନ ପ୍ରତିନିଧି ଅମିତ ହୋତା ଙ୍କୁ ମାନପତ୍ର ସହ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା ।
ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ର ସମସ୍ତ ବ୍ଲକ ରୁ ଆସି ଯୋଗଦେଇଥିବା ୨୩ ଜଣ ସାମ୍ବାଦିକଙ୍କୁ ସମ୍ବୋର୍ଧନା କରାଯାଇଥିଲା । ସଂଘ କିପରି ଆଗକୁ ଭଲ ଚାଲିବ , ସଙ୍ଘ ସୁଦୃଢ ରହିବ ,ଭାଇଚାରା ବଜାୟ ରହିବ ,ସୁଖଦୁଃଖ ରେ ସମସ୍ତେ ମିଳିମିଶି କାମ କରିବେ ସେ ନେଇ ରାଜ୍ୟ ସଭାପତି କୈଳାସ ନାୟକ ଭିଡିଓ କନଫରେନ୍ସ ରେ ସୁଚନା ଦେଇଥିଲେ । ଜିଲ୍ଲାର ସମସ୍ତ ବ୍ଲକରୁ ଶହେରୁ ଅଧିକ ସାମ୍ବାଦିକ ଯୋଗ ଦେଇଥିବା ବେଳେ କାର୍ୟକ୍ରମରେ ନାରାୟଣପାଟଣା ବ୍ଲକ ର ଏନ ସନ୍ତୋଷ କୁମାର, କେ ଶାୟା ରାଜୁ ,ରାଜ କିଶୋର ଜେନା ,ଅନୀଲ ସୁବୁଦ୍ଧି,ଗିରିଧର ଖରା,ଦିଲିପ ଦାସ ପ୍ରମୁଖ ସହଯୋଗ କରିଥିଲେ ।