ଓଡିଶା

୬ ନକ୍ସଲ ଗିରଫ 

(ମାଲକାନଗିରି) : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ପୁଲିସକୁ ମିଳିଛି ବଡ଼ ସଫଳତା। ମାଓ ସଂଗଠନର ୨ ଜଣ ସହଯୋଗୀ ସହ ୪ ଜଣ ନକ୍ସଲକୁ ଗିରଫ କରିଛି ସୁକମା ପୁଲିସ। ତୁରନ୍ତ ସମସ୍ତ ମିଲିସିଆ ଏବଂ ନକ୍ସଲକୁ ଗିରଫ କରାଯାଇଛି। ଏମାନେ କେରଳାପାଲ ଅଂଚଳର ବୋଲି ପୁଲିସ କହିଛି। ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଉଛି।

ସୂଚନାନୁଯାୟୀ , ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ପୁଲିସ ବିଭିନ୍ନ ସ୍ଥାନରେ କଡା ସୁରକ୍ଷା ବ୍ୟବସ୍ଥା କରିବା ସହ ଯାଞ୍ଚ କରୁଛି। ଡିଆରଜି ଯବାନ ପାଟ୍ରୋଲିଂ କରୁଥିବା ବେଳେ କିଛି ଲୋକଙ୍କ ଉପରେ ସନ୍ଦେହ ହେବାରୁ ସେମାନଙ୍କୁ ତଦନ୍ତ କରିବା ସମୟରେ ସେମାନଙ୍କ ଠାରୁ ମାଓ ସାମଗ୍ରୀ  ଜବତ କରିଛି।

Related posts

କଟକର ୧୯ଟି ରୁଟକୁ ନୋ ପାର୍କିଂ ଘୋଷଣା

mahabharatanews

ଆଥଲେଟଙ୍କୁ ସମ୍ମାନିତ କଲେ ୫ଟି ସଚିବ

mahabharatanews

ସିକନ୍ଦରାବାଦରେ ଭୟାଭୟ ଅଗ୍ନିକାଣ୍ଡ, ଓଡି଼ଆ ଦମ୍ପତ୍ତିଙ୍କ ମୃତ୍ୟୁ

mahabharatanews