ଓଡିଶା

ମହାପ୍ରଭୁଙ୍କ ଦର୍ଶନ ପାଇଁ ଅପେକ୍ଷା କରିବାକୁ ହେବ ଆଉ ଦେଢ ମାସ

ପୁରୀ: ଶ୍ରୀମନ୍ଦିର ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ ପ୍ରସ୍ତୁତ ହୋଇଛି । ପରିଚାଳନା କମିଟି ବୈଠକରେ ଆଜି ବଜେଟକୁ ଅନୁମୋଦନ ମିଳିଛି । ଏହି ଆର୍ଥିକ ବର୍ଷରେ ଶ୍ରୀମନ୍ଦିର ପାଇଁ ୧୫୪ କୋଟିର ବଜେଟକୁ କମିଟି ଅନୁମୋଦନ କରିଥିବା ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଛନ୍ତି। ତେବେ ସାଧାରଣ ଭକ୍ତଙ୍କୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅପେକ୍ଷା କରିବାକୁ ହେବ ଆଉ ଲାଗିବ ଦେଢ ମାସ ।

ଶ୍ରୀମନ୍ଦିରର ବ୍ୟୟ ବଢିଛି ଓ ଆୟ କମିଛି। ଆୟ ବୃଦ୍ଧି ପାଇଁ ଅନଲାଇନ ଡୋନେସନ ବ୍ୟବସ୍ଥା କରାଯିବ। ବୋଲି ମୁଖ୍ୟ ପ୍ରଶାସକ ଆଜି କହିଛନ୍ତି । ଶ୍ରୀମନ୍ଦିରରେ ସାଧାରଣ ଭକ୍ତଙ୍କ ଦର୍ଶନ ସମ୍ପର୍କରେ ସେ କହିଛନ୍ତି, ଦର୍ଶନ ପ୍ରସ୍ତୁତି ଓ ରୂପରେଖ ନେଇ ଏକ କମିଟି ଗଠନ କରାଯାଇଛି। କମିଟିରେ ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ ଓ ଏସ୍‌ପି ରହିଛନ୍ତି। କାହାକୁ, କେମିତି ଦର୍ଶନ ପାଇଁ ଅନୁମତି ଦିଆଯିବ, କମିଟି ନିଷ୍ପତ୍ତି ନେବ। ଏ ସଂପର୍କରେ ପରିଚାଳନା କମିଟି ଛତିଶା ନିଯୋଗ ସହ ବି କଥା ହେବ। ସମସ୍ତ ପ୍ରସ୍ତୁତି ପାଇଁ ପ୍ରାୟ ୧ ମାସ ସମୟ ଲାଗିବ। ତେଣୁ ଡିସେମ୍ବର ତୃତୀୟ ସପ୍ତାହ ସୁଦ୍ଧା ଆମେ ପ୍ରସ୍ତୁତ ହୋଇଯିବୁ। ସମସ୍ତ ପ୍ରସ୍ତୁତି ସରିଲେ ରାଜ୍ୟ ସରକାରଙ୍କ ସହ ଆଲୋଚନା ହେବ। ରାଜ୍ୟ ସରକାର ଯେବେ ଅନୁମତି ଦେବେ, ସାଧାରଣ ଦର୍ଶନ ଆରମ୍ଭ ହେବ ।

Related posts

ଟିମ୍ ଇଣ୍ଡିଆକୁ ଝଟକା, ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆଗାମୀ ଦିନିକିଆ ସିରିଜ୍ ଖେଳିବେ ନାହିଁ ଶୁଭମନ ଗିଲ୍

mahabharatanews

ଓଡ଼ିଶାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ

mahabharatanews

ଆଖିବୁଜିଲେ ୨୫୦ଟି ଫିଲ୍ମ କରିଥିବା ବଲିଉଡ ଅଭିନେତ୍ରୀ

mahabharatanews