ଭାରତ

ଆଜିଠୁ ୧୨ରୁ ୧୪ ବର୍ଷର ପିଲାଙ୍କୁ ଦିଆଯିବ କରୋନା ଟିକା

(ଭୁବନେଶ୍ୱର) : ଆଜିଠୁ ୧୨ରୁ ୧୪ ବର୍ଷର ପିଲାଙ୍କୁ ଦିଆଯିବ କରୋନା ଟିକା। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି। ୧୨ରୁ ୧୪ ବର୍ଷର ପିଲାମାନଙ୍କୁ କେବଳ କୋର୍ବେଭାକ୍ସ ଟିକା ଦିଆଯିବ । ୨୮ ଦିନ ବ୍ୟବଧାନରେ ଦୁଇଟି ଡୋଜ ଦିଆଯିବ । ପୂର୍ବରୁ ଯେଉଁ ନିୟମାବଳୀ ଆଧାରରେ ଟିକାକରଣ ହେଉଥିଲା, ଏ ବର୍ଗଙ୍କ ଲାଗି ମଧ୍ୟ ସମାନ ନିୟମ ରହିବ ।

ସୂଚନାନୁଯାୟୀ , ତେବେ ଟିକା ନେବା ଲାଗି ଜନ୍ମ ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ । ଉଭୟ ଅନଲାଇନ ଓ ଅଫଲାଇନ ପଞ୍ଜିକରଣ ଜରିଆରେ ଟିକା ଦିଆଯିବ । ସ୍କୁଲଗୁଡ଼ିକରେ ଟିକାକରଣକୁ ତ୍ୱରାନ୍ୱିତ କରାଯିବ । ଟିକାକରଣରେ ଶିକ୍ଷକମାନେ ସହଯୋଗ କରିବେ । ଏବେ ରାଜ୍ୟରେ ୧୫ ଲକ୍ଷ ୪୭ ହଜାର କୋର୍ବେଭାକ୍ସ ଟିକା ମହଜୁଦ ଅଛି । ସବୁ ଜିଲ୍ଲାକୁ ଏହି ଟିକା ପଠାଯାଇଛି । କିଛି ଉପାନ୍ତ ଜିଲ୍ଲାକୁ ଛାଡିଦେଲେ ଅନ୍ୟ ସବୁ ଜିଲ୍ଲାକୁ ଆଜି ରାତି ସୁଦ୍ଧା ଟିକା ପହଞ୍ଚଯିବ ବୋଲି ସୂଚନା ମିଳିଛି ।

Related posts

ଶ୍ରୀରାମଚନ୍ଦ୍ରଙ୍କ ପ୍ରତିକୃତୀ କରି ବିଶ୍ୱ ରେକର୍ଡ କଲେ ପଦ୍ମଶ୍ରୀ ସୁଦର୍ଶନ

mahabharatanews

 କରୋନାର ନୂଆ ଭ୍ୟାରିଏଣ୍ଟ  JN.1

mahabharatanews

କର୍ଣ୍ଣାଟକରେ ୧୨ଘଣ୍ଟିଆ ଧର୍ମଘଟ

mahabharatanews