ମନୋରଞ୍ଜନ

ରେକର୍ଡ କଲା ‘ଗଦର-୨’, ୨୪ ଦିନରେ ୫୦୦ କୋଟି ଆୟ 

(ମୁମ୍ବାଇ) : ରେକର୍ଡ ସୃଷ୍ଟି କଲା ‘ଗଦର-୨’। ଅମିଶା ପଟେଲ୍‌ ଓ ସନ୍ନି ଦେଓଲଙ୍କ ବହୁ ପ୍ରତୀକ୍ଷିତ ଏହି ଫିଲ୍ମଟି ବକ୍ସ ଅଫିସ୍‌ରେ ୫୦୦ କୋଟି ଟଙ୍କାର ବେପାର କରି ସାରିଲାଣି। ୫୦୦ କୋଟି ଟଙ୍କା ଆୟ କରିବାରେ ‘ଗଦର-୨’ ଦ୍ବିତୀୟ ହିନ୍ଦି ‌ସିନେମା ବନି ପାରିଛି। ଏହା ପୂର୍ବରୁ ଶାହରୁଖ ଖାନ୍‌ଙ୍କ ‘ପଠାନ’ ୫୦୦ କୋଟି ଟଙ୍କାର ବେପାର କରିଥିଲା ।

ସୂଚନାନୁଯାୟୀ ,ବଲିଉଡ୍‌ରେ ପ୍ରଥମେ ୫୦୦ କୋଟି ଟଙ୍କା ରୋଜଗାର କରିଥିଲା ‘ବାହୁବଳୀ-୨’। ଫିଲ୍ମଟି ୩୪ ଦିନରେ ୫୦୦ କୋଟି ଟଙ୍କା ଆୟ କରିଥିଲା। ଶାହରୁଖଙ୍କ ‘ପଠାନ’ ୨୫ ଦିନରେ ୫୦୦ କୋଟି ଟଙ୍କାର ବେପାର କରିଥିବା ବେଳେ ସନ୍ନିଙ୍କ ‘ଗଦର-୨’ ମାତ୍ର ୨୪ ଦିନରେ ସେହି ଅଙ୍କକୁ ଛୁଇଁପାରିଛି।

Related posts

ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି ଅମିଷା

mahabharatanews

ଅନୁଭବଙ୍କ ଫିଲ୍ମ ‘ଲଭ୍ ଇନ୍ ଲଣ୍ଡନ’ର ଟ୍ରେଲର ରିଲିଜ

mahabharatanews

OTTରେ ଫିଲ୍ମ ‘ଡଙ୍କି’ 

mahabharatanews