ମନୋରଞ୍ଜନ

୨୦ରେ ରିଲିଜ ହେବ ଟାଇଗରଙ୍କ ଫିଲ୍ମ ‘ଗଣପତ’

(ମୁମ୍ବାଇ) :  ବଲିଉଡ ଅଭିନେତା ଟାଇଗରଙ୍କ ଆଗାମୀ ଫିଲ୍ମ ‘ଗଣପତ’ର ଦମଦାର୍ ଟିଜର ରିଲିଜ ହୋଇଯାଇଛି   ।  ତେବେ ଇଣ୍ଟରନ୍ୟାସନାଲ ଫିଲ୍ମକୁ ଟକ୍କର ଦେବା ପାଇଁ ରହିଛି ଏହାର ଭିଜୁଆଲ୍ ଯାହା ଦର୍ଶକଙ୍କୁ କରୁଛି ମତୁଆଲା ।ସିନେମାର ଟିଜର ୨୦୭୦ A.D ଲେଖାରୁ ଆରମ୍ଭ ହୋଇଛି । ଯେଉଁଥିରେ ଟାଇଗରଙ୍କୁ କ୍ୟାମେରା ଆଡକୁ ପଛ କରି ବସିଥିବାର ଦେଖିବା ପାଇଁ ମିଳୁଛି ।

ସୂଚନାନୁଯାୟୀ , ଟାଇଗର ଶ୍ରଫଙ୍କ ପାୱାର ପ୍ୟାକ୍ ଆକ୍ସନରୁ ଫିଲ୍ମର ଟିଜର ଆରମ୍ଭ ହୋଇଛି । ଯେଉଁଥିରେ ବଗ୍ ବିଙ୍କ ଜବରଦସ୍ତ ସ୍ୱର ଶୁଣିବା ପାଇଁ ମିଳୁଛି । ଟିଜର ଆରମ୍ଭରୁ ଲାଗୁଛି ଏହା ପ୍ରାୟ ୫୦ ବର୍ଷ ପରର ଏକ କାହାଣୀ । ଫିଲ୍ମ ‘ଗଣପତ’ ୨୦  ଅକ୍ଟୋବର ୨୦୨୩ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ରରେ ଟାଇଗର ଶ୍ରଫ୍ ଏବଂ କ୍ରିତି ସାନନଙ୍କୁ ଏକାଠି ଦେଖିବା ପାଇଁ ମିଳିବ । ଏହି ଚଳଚ୍ଚିତ୍ର ହିନ୍ଦୀ, ତାମିଲ, ତେଲୁଗୁ, ମାଲାୟାଲମ୍ ଏବଂ କନ୍ନଡ ଭାଷାରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।

Related posts

‘ମୁଁ ତୁମ ସହ ଅଛି ‘: ବିକି

mahabharatanews

କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ପରଲୋକ | ୫୮ ବର୍ଷ ବୟସରେ ଆଖିବୁଜିଛନ୍ତି କମେଡିଆନ ରାଜୁ

mahabharatanews

ପୁଣି ଚର୍ଚ୍ଚାରେ ଫରଦୀନ ଖାନ ଜାଣନ୍ତୁ କାହିଁକି

mahabharatanews