ଭାରତ

ବଢିଲା ଗ୍ୟାସ ଦର

(ଦିଲ୍ଲୀ)  : ବଢିଲା କମର୍ସିଆଲ ଗ୍ୟାସ ଦର । ୧୯ କେଜି ସିଲିଣ୍ତର ୨୦୯ ଟଙ୍କା ମହଙ୍ଗା ହୋଇଛି । ତେବେ ଗତକାଲିଠୁ ନୂଆ ଦର ଲାଗୁ ହୋଇଥିବା ସୂଚନା ମିଳିଛି । ଦର ବୃଦ୍ଧି ପାଇବା ପରେ ରାଜଧାନୀ ଦିଲ୍ଲୀରେ କମର୍ସିଆଲ ଗ୍ୟାସ୍ ମୂଲ୍ୟ ୧୭୩୧ ଟଙ୍କା ୫୦ ପଇସାରେ ବିକ୍ରି ହେବ । ପୂର୍ବରୁ ସେପ୍ଟେମ୍ବର ୧ ତାରିଖରେ କମର୍ସିଆଲ ଗ୍ୟାସ୍ ଦର ୧୫୭ ଟଙ୍କା ହ୍ରାସ୍ ପାଇଥିଲା । ତେବେ ଘରୋଇ ଏଲପିଜି ଗ୍ୟାସ ଦର ଅପରିବର୍ତ୍ତିତ ରହିଛି ।

ସୂଚନାନୁଯାୟୀ , ଏହା ପୂର୍ବରୁ ଅଗଷ୍ଟ ମାସରେ ବ୍ୟବସାୟିକ ଏଲପିଜି ସିଲିଣ୍ତରର ମୂଲ୍ୟ ୧୦୦ ଟଙ୍କା ହ୍ରାସ କରାଯାଇଥିଲା ହେଲେ ଘରୋଇ ସିଲିଣ୍ତର ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଇ ନଥିଲା । ସେପ୍ଚେମ୍ବର ୧ ତାରିଖରେ ତୈଳ କମ୍ପାନୀଗୁଡିକ ବାଣିଜ୍ୟ ଗ୍ୟାସ୍ ସିଲିଣ୍ତର ମୂଲ୍ୟ ୧୫୮ ଟଙ୍କା ହ୍ରାସ ହୋଇଥିଲା । ଯାହା ପରେ ଦେଶର ରାଜଧାନୀ ଦିଲ୍ଲୀରେ ୧୯ କେଜି ଗ୍ୟାସ୍ ମୂଲ୍ୟ ହ୍ରାସ୍ ପାଇ ୧,୫୨୨ ଟଙ୍କାରେ ପହଞ୍ଚି ଥିଲା ।

Related posts

୪୫ ବର୍ଷର ଭାଙ୍ଗିଲା ରେକର୍ଡ, ତାଜମହଲ ଛୁଇଁଲା ଯମୁନା ପାଣି   

mahabharatanews

ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ନୀତି ଆୟୋଗ ବୈଠକ

mahabharatanews

ଉର୍ବଶୀଙ୍କ ମଙ୍ଗଳସୁତ୍ର ଓ ସିନ୍ଦୁର ପିନ୍ଧା ପୋଷ୍ଟକୁ ନେଇ ଟ୍ରୋଲିଙ୍ଗ

mahabharatanews