ଓଡିଶା

ବିଜେଡିରେ ମିଶିଲେ ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରା

(ଭୁବନେଶ୍ୱର) :   ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲେ ନିକଟରେ କଂଗ୍ରେସ ଛାଡ଼ିଥିବା ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରା । ସେ ଆଜି ଶଙ୍ଖଭବନକୁ ଆସି ବିଜେଡିରେ ମିଶିଛନ୍ତି।  ଙ୍କର ଲକ୍ଷ୍ୟ ହେଉଛି, ସେ କେନ୍ଦ୍ରାପଡ଼ାବାସୀଙ୍କ ପାଇଁ କିଛି କାମ କରିବେ। କାମ କରିବାକୁ ହେଲେ ବିଧାନସଭା ଯିବାକୁ ପଡ଼ିବ। ସେଥିପାଇଁ ସେ ‘ଆମେ ବିଧାନସଭା ଯିବା’ ସ୍ଲୋଗାନ ଦେଇଥିଲେ। କିନ୍ତୁ ଏବେ ଅନୁଭବ କରୁଛନ୍ତି ଯେ କ˚ଗ୍ରେସରେ ରହି ବିଧାନସଭା ଯିବା ସମ୍ଭବନୁହେଁ। ଏହି ନିର୍ବାଚନ ତାଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ସେ ହାରିବାକୁ ଆଉ ଚାହୁନାହାନ୍ତି। ଶେଷସମୟରେ କ˚ଗ୍ରେସ ତାଙ୍କ ପ୍ରତି ଅବିଚାର କରିଛି। ତାଙ୍କୁ ନିର୍ବାଚନ କମିଟିରୁ ବାଦ୍‌ ଦିଆଯାଇଥିଲା।

ସୁଚନାନୁଯାୟୀ , ପୂର୍ବରୁ ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ସେ ତାଙ୍କ ଇସ୍ତଫାପତ୍ର ପିସିସି ସଭାପତିଙ୍କୁ ନିକଟକୁ ପଠାଇବା ସହିତ ଦଳ ତାଙ୍କୁ ବିଧାୟକ ଏବ˚ ବିଭିନ୍ନ କର୍ମକର୍ତ୍ତା ଭାବେ ଲୋକଙ୍କ ସେବା କରିବାର ସୁଯୋଗ ଦେଇଥିବାରୁ ସେ କ˚ଗ୍ରେସ ପ୍ରତି କୃତଜ୍ଞ ବୋଲି ଉଲ୍ଲେଖ କରିଥିଲେ।

Related posts

ଦିନ ୨ଟା ପରେ ସ୍ଥଳଭାଗ ଛୁଇଁବ ବାତ୍ୟା

mahabharatanews

୩୦ ଯାଏଁ ବଢିବ ଲକଡାଉନ ଅବଧି: କ୍ୟାବିନେଟ ନିଷ୍ପତ୍ତି

mahabharatanews

ଶ୍ରୀରାମଙ୍କ ଉଦ୍ଦେଶ୍ୟରେ ବାହାରିଛି ଏହି ବିଶାଳ ସ୍ୱର୍ଣ୍ଣ ଧନୁଷ

mahabharatanews