ଭାରତ

ଇସ୍ତଫା ଦେଲେ ୱିପ୍ରୋ ସିଇଓ

(ଦିଲ୍ଲୀ)  : ୱିପ୍ରୋ ସିଇଓ ତଥା ଏମଡି ଥିଏରି ଡେଲପୋର୍ଟ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏହି ନିଷ୍ପତ୍ତି ଏପ୍ରିଲ ୭, ୨୦୨୪ରୁ କାର୍ଯ୍ୟକାରୀ ହେବ । ୱିପ୍ରୋ ବୋର୍ଡ ଥିଏରି ଡେଲପୋର୍ଟଙ୍କ ଇସ୍ତଫାକୁ ଗ୍ରହଣ କରିଛି । ସେ ଜୁଲାଇ ୨୦୨୦ରେ ୱିପ୍ରୋର ସିଇଓ ହୋଇଥିଲେ।

ସୂଚନାନୁଯାୟୀ , ତାଙ୍କ କାର୍ଯ୍ୟକାଳକୁ ନେଇ ସନ୍ତୋଷ ବ୍ୟକ୍ତ କରି ଡେଲପୋର୍ଟ କହିଛନ୍ତି ଯେ ମୁଁ ପୁରା ଦଳର ସମର୍ଥନ ପାଇଛି। ୱିପ୍ରୋ ସହିତ କାମ କରିବା ମୋ ପାଇଁ ଗୌରବର ବିଷୟ | ସିଇଓ ଏବଂ ଏମଡି ଭାବେ କାର୍ଯ୍ୟ କରିବାବେଳେ, ଆମେ କେବଳ କମ୍ପାନୀର ଆର୍ଥିକ ଅଗ୍ରଗତି କରିନାହୁଁ ବରଂ ଆମର ସହଯୋଗୀ, ଗ୍ରାହକ ଏବଂ ହିତାଧିକାରୀମାନଙ୍କୁ ବଢିବା ପାଇଁ ସୁଯୋଗ ମଧ୍ୟ ଦେଇଛୁ। ସେହିପରି ନୂତନ ସିଇଓ ଶ୍ରୀନିବାସ ପାଲିଆ ଏହି କମ୍ପାନୀରେ ୩୦ ବର୍ଷ ଧରି କାର୍ଯ୍ୟ କରିଆସିଛନ୍ତି | ସେ କମ୍ପାନୀର ଅନେକ ପଦବୀରେ କାର୍ଯ୍ୟ କରିଛନ୍ତି।

Related posts

ଚଳିତ ବର୍ଷ ମଧ୍ୟ ବୃଦ୍ଧି ପାଇଛି ରାମ ମନ୍ଦିର ପୂଜକଙ୍କ ଦରମା

mahabharatanews

ଦିଲ୍ଲୀରେ ୫୦% ୱାର୍କ ଫ୍ରମ ହୋମ ବାଧ୍ୟତାମୂଳକ, ନମାନିଲେ କାର୍ଯ୍ୟାନୁଷ୍ଠାନ

mahabharatanews

ଅକ୍ଟୋବର ୧ରୁ FD ନିୟମରେ ବଡ଼ ପରିବର୍ତ୍ତନ, ଜାଣନ୍ତୁ କ’ଣ ବଦଳିବ

mahabharatanews