ଅପରାଧ

୨୦ କେଜିରୁ ଅଧିକ ଗଞ୍ଜେଇ ଜବତ, ଜଣେ ଗିରଫ

(ବନବାସୀ ପ୍ରଧାନ/ବାଲିଗୁଡା): ବାଲିଗୁଡା ପୋଲିସ ଏକ ଟ୍ରକରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଏଗୁଡିକର ବେଆଇନ ଚାଲାଣରେ ସମ୍ପୃକ୍ତ ଟ୍ରଜ ଡ୍ରାଇଭରକୁ ଗିରଫ କରିଛି । ସୂଚନା ଅନୁଯାୟୀ, ବାଲିଗୁଡାରୁ ବ୍ରହ୍ମପୁର ଯାଉଥିବା ଏକ ଟକକୁ ମହାସିଙ୍ଗ ନିକଟରେ ବାଲିଗୁଡା ପୋଲିସ ଅଟକାଇଥିଲା । ଯାଞ୍ଚ କରାଯିବାରୁ ଗାଡିରୁ ୨୦ କେଜି ୫୦୦ଗ୍ରାମ ଓଜନର ଗଞ୍ଜେଇ ମିଳିଥିଲା । ଏଗୁଡିକୁ ପୋଲିସ ଜବତ କରିବା ସହ ଏହାର ଚାଲାଣ କରୁଥିବା ଟ୍ରକ ଡ୍ରାଇଭରକୁ ପୋଲିସ ଗିରଫ କରିଛି । ଏହି ଗଞ୍ଜେଇ ଚାଲାଣରେ ଆଉ କାହାର ସମ୍ପୃକ୍ତି ରହିଛି ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

Related posts

ବିଡିଏ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ

mahabharatanews

ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଅଭିଯୋଗରେ ଦୁର୍ଦ୍ଧାନ୍ତ ଅପରାଧୀ ଗିରଫ

mahabharatanews

ନିଶା କାରବାର ରୋକିବାରେ କ୍ରାଇମବାଞ୍ଚ ଏସଟିଏଫର ଆଉ ଏକ ବଡ଼ ସଫଳତା

mahabharatanews