ଅପରାଧ

ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢାଉ

(ମଭାଭାରତ, ବଲାଙ୍ଗୀର): କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେଞ୍ଜରଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମଙ୍ଗଳବାର ସକାଳେ ଏକକାଳୀନ ତିନୋଟି ସ୍ଥାନରେ ଏହି ଚଢାଉ ହୋଇଛି । କେସିଙ୍ଗା ସ୍ଥିତ ଅଫିସ, ସରକାରୀ କ୍ୱାର୍ଟର ଏବଂ ବଲାଙ୍ଗୀରର ତୁଳସୀନଗର ପଡାରେ ଥିିବା ତାଙ୍କ ଘର ଉପରେ ଭିଜିଲାନ୍ସ ଚଢାଉ କରିଛି । ଏଥିରେ ବଲାଙ୍ଗୀର, ସମ୍ବଲପୁର, ବରଗଡ ଓ ସୋନପୁର ଜିଲ୍ଲାର ଭିଜିଲାନ୍ସ ଡିଏସପି ସାମିଲ ହୋଇଛନ୍ତି । ଧରାପଡିଥିବା ରେଞ୍ଜରଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ସହ ବ୍ୟାଙ୍କ ବାଲାନ୍ସ ଆଦିକୁ ଭିଜିଲାନ୍ସ ଅଧିକାରୀମାନେ ଟିକିନିଖି କରି ଯାଞ୍ଚ କରିଛନ୍ତି ।

Related posts

ମହାବଳା କ୍ୱାରେଣ୍ଟାଇନ ସେଣ୍ଟରେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ

mahabharatanews

ଟାଙ୍ଗିଆରେ ଶ୍ୱଶୂରଙ୍କୁ ହତ୍ୟା କଲା ବୋହୂ

mahabharatanews

ଶ୍ୱଶୁର ଜ୍ୱାଇଁ ପରସ୍ପରକୁ ଛୁରାମାଡ

mahabharatanews

Leave a Comment