ଅପରାଧ

୨୦ କେଜିରୁ ଅଧିକ ଗଞ୍ଜେଇ ଜବତ, ଜଣେ ଗିରଫ

(ବନବାସୀ ପ୍ରଧାନ/ବାଲିଗୁଡା): ବାଲିଗୁଡା ପୋଲିସ ଏକ ଟ୍ରକରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଏଗୁଡିକର ବେଆଇନ ଚାଲାଣରେ ସମ୍ପୃକ୍ତ ଟ୍ରଜ ଡ୍ରାଇଭରକୁ ଗିରଫ କରିଛି । ସୂଚନା ଅନୁଯାୟୀ, ବାଲିଗୁଡାରୁ ବ୍ରହ୍ମପୁର ଯାଉଥିବା ଏକ ଟକକୁ ମହାସିଙ୍ଗ ନିକଟରେ ବାଲିଗୁଡା ପୋଲିସ ଅଟକାଇଥିଲା । ଯାଞ୍ଚ କରାଯିବାରୁ ଗାଡିରୁ ୨୦ କେଜି ୫୦୦ଗ୍ରାମ ଓଜନର ଗଞ୍ଜେଇ ମିଳିଥିଲା । ଏଗୁଡିକୁ ପୋଲିସ ଜବତ କରିବା ସହ ଏହାର ଚାଲାଣ କରୁଥିବା ଟ୍ରକ ଡ୍ରାଇଭରକୁ ପୋଲିସ ଗିରଫ କରିଛି । ଏହି ଗଞ୍ଜେଇ ଚାଲାଣରେ ଆଉ କାହାର ସମ୍ପୃକ୍ତି ରହିଛି ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

Related posts

ରାଜଧାନୀରେ ସରିଜି ଲୁଟ୍

mahabharatanews

କ୍ୱାରେଣ୍ଟାଇନ ସେଣ୍ଟର ରୋଷେୟାଙ୍କୁ ଛୁରାମାଡ

mahabharatanews

ସାମାନ୍ୟ ବଚସାରୁ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

mahabharatanews