ଓଡିଶା

କାଳ ଡ୍ୟାମର ୩ ନମ୍ବର ଗେଟ ଖୋଲିଲା

(ଦୀପକ ମିଶ୍ର/ଉଦଳା): ଲଘୁଚାପ ଜନିତ ଲଗାଣ ବର୍ଷାରେ ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଆଗକୁ ବର୍ଷା ବଢିବା ସମ୍ଭାବନା ଥିବାରୁ କାଳଡ୍ୟାମରେ ଗୋଟିଏ ଗେଟ ଖୋଲା ଯାଇଥିବା ସୂଚନା ଦେଇଛନ୍ତି କାଳ ଜଳସେଚନ ପ୍ରକଳ୍ପ ଏସଡିଓ । ସୂଚନା ଅନୁଯାୟୀ,ଶିମିଳିପାଳର ଉପରମୁଣ୍ଡରେ ବର୍ଷା ଲାଗି ରହିଥିବା ବେଳେ କାଳଡ୍ୟାମରେ ଜଳସ୍ତର ଅଧିକ ଥିବାରୁ ଗୋଟିଏ ଗେଟ ଖୋଲାଯାଇଛି । ତେବେ ଡ୍ୟାମ ଜଳସ୍ତର କ୍ଷମତା ୭୭.୭୭ ମିଟର ଥିବାବେଳେ ବର୍ତ୍ତମାନ ଜଳସ୍ତର ୭୭.୫୪ ମିଟର ରହିଛି । ଏହାକୁ ଦୃଷ୍ଟିରେ ରଖି ଡ୍ୟାମର ତିନି ନମ୍ବର ଗେଟ ଖୋଲାଯାଇଥିବା ବେଳେ ୧୦୮ କ୍ୟୁସେକ ମିଟର ଜଳ ଛଡା ଯାଉଥିବାର ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ଆଗକୁ ବର୍ଷା ଜାରି ରହିଲେ ପରିସ୍ଥିତିର ମୁକାବିଲା କରିବା ପାଇଁ କାଳ ଜଳସେଚନ ବିଭାଗ ପ୍ରସ୍ତୁତ ରହିଛି ବୋଲି ସୂଚନା ମିଳିଛି ।

Related posts

ଇଟାଭାଟିରେ କାମକାରୁଥିବା ବାହାର ରାଜ୍ୟର ଶ୍ରମିକ ଚାଲି ଯାଉଥିବା ସମୟରେ ରାଇରଙ୍ଗପୁର ପ୍ରଶାସନ ପକ୍ଷରୁ ଅଟକ

mahabharatanews

ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୧୪୪ ନୂଆ ସଂକ୍ରମିତ ଚିହ୍ନଟ

mahabharatanews

୨୪ ଘଣ୍ଟାରେ ଦେଶରୁ ୫୩୫ ନୂଆ ସଂକ୍ରମିତ ଚିହ୍ନଟ

mahabharatanews