ଓଡିଶା

ସୁବର୍ଣ୍ଣପୁର ଲୋକମହୋତ୍ସବ ଉଦ୍ୟାପିତ

(ମହାଭାରତ,ସୁବର୍ଣ୍ଣପୁର): ୭ ତାରିଖରୁ ·ଲିଥିବା ସୁବର୍ଣ୍ଣ ଲୋକ ମହୋତ୍ସବ  ଗତକାଲି ଉଦ୍ ଯାପିତ ହୋଇଯାଇଛି । ଏହି ଉଦ୍ୟାପିନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବୀରମହାରାଜ ପୁର ଉପ ଜିଲ୍ଲାପାଳ ଅଶୋକ କୁମାର ଭୋଇ ଯୋଗ ଦେଇଥିଲେ । ଏହା ପରେ ଫକୀର ପଟ୍ଟନାୟକ ମୁକ୍ତ ମଞ୍ଚ ପୂଜନପୂର୍ବକ ଲୋକ ମହୋତ୍ସବର ଅନ୍ତିମ ସନ୍ଧ୍ୟାରେ ଲୋକଗୀତରୁ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଏହି ଅବସରରେ ଆୟୋଜିତ ସାଂସ୍କୃତିକ ସଭାରେ  ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ସରତ ଚନ୍ଦ୍ର ପଣ୍ଡା,ଜିଲ୍ଲା ଯୋଗାଣ ଅଧିକାରୀ ବିବେକାନନ୍ଦ କର୍କରା, ଫକିର ପଟ୍ଟନାୟକ ମୁକ୍ତ ମଞ୍ଚରେ ଥିବା ଇଷ୍ଟଦେବୀ ମାଁ ସୁରେଶ୍ୱରୀଙ୍କୁ ପୂଜାର୍ଚ୍ଚନା କରିଥିଲେ ।ଏହା ପରେ ଜିଲ୍ଲା ସ୍ତରୀୟ କଳାକାର ମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା । ଜିଲ୍ଲାର ବିଭିନ୍ନ ବ୍ଳକରୁ ଆସିଥିବା କଳାକାର ମାନଙ୍କ ଦ୍ୱାରା ବିଭିନ୍ନ ନୃତ୍ୟ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ପରିବେଷଣ କରାଯାଇଥିଲା । ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଦର୍ଶକ ଝୁମିଥିଲେ ।

Related posts

ପଳାଶୁଣୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

mahabharatanews

ଗୋରୁମହିଷାଣୀ ଲୌହ ଖଣି ଶ୍ରମିକଙ୍କ ବିଭିନ୍ନ ସମସ୍ୟା ନେଇ ଧାରଣା

mahabharatanews

ଆସନ୍ତା ୧୯ରୁ ୨୧ ତିନି ଦିନ ଧରି ହେବ ଦେବ ଦୀପାବଳୀ

mahabharatanews