ମନୋରଞ୍ଜନ

ବିମାନ ଦୁର୍ଘଟଣାରେ ହଲିଉଡ୍‌ ଅଭିନେତା ଖ୍ରୀଷ୍ଟିଆନ ଓଲିଭର ମୃତ

(ଆମେରିକା) : ଆମେରିକାରେ ଏକ ବିମାନ ଦୁର୍ଘଟଣାରେ ହଲିଉଡ୍‌ ଅଭିନେତା ଖ୍ରୀଷ୍ଟିଆନ ଓଲିଭରଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅଭିନେତାଙ୍କ ସହ ତାଙ୍କର ଦୁଇ ଝିଅ ମଧ୍ୟ ପ୍ରାଣ ହରାଇଛନ୍ତି। ଅଭିନେତା ଏକ ଛୋଟ ବ୍ୟକ୍ତିଗତ ବିମାନରେ ବସି ଉଡ଼ାଣ ଭରିବା ସମୟରେ ବିମାନଟି କେରେବିୟନ୍‌ ସାଗରରେ ଖସି ପଡ଼ିଥିଲା।

ସୂଚନାନୁଯାୟୀ , ରୟାଲ ସେଣ୍ଟ ଭିନ୍ସେଣ୍ଟ ଆଣ୍ଡ୍‌ ଗ୍ରେନାଡାଇନ୍ସ ପୁଲିସ ଫୋର୍ସ ପକ୍ଷରୁ ଏକ ବିବୃତ୍ତିରେ ଏହି ଦୁର୍ଘଟଣା ଗୁରୁବାର ଘଟିଥିବା ସୂଚନା ଦିଆଯାଇଛି। ଅଭିନେତାଙ୍କ ବିମାନ ସମୁଦ୍ରରେ ପଡ଼ିବା ମାତ୍ରେ ମତ୍ସ୍ୟଜୀବୀ ଓ ତଟରକ୍ଷୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ସେଠାରୁ ଚାରିଟି ମୃତଦେହ ଉଦ୍ଧାର କରିଥିଲେ। ଏହି ବିମାନ ଦୁର୍ଘଟଣାରେ ୫୧ ବର୍ଷିୟ ଓଲିଭର, ତାଙ୍କର ଦୁଇ ଝିଅ ମଦିତା (୧୦ ବର୍ଷ), ଅନ୍ନିକ୍ (୧୨ବର୍ଷ) ଏବଂ ପାଇଲଟ୍ ରବର୍ଟ ସାକ୍ସଙ୍କର ମୃତ୍ୟୁ ଘଟିଛି।

Related posts

ରିଲିଜ ହେଲା ‘ବିଗ୍ ବସ୍’ ପ୍ରୋମୋ

mahabharatanews

ଟିଏମସି ସାଂସଦ ତଥା ଅଭିନେତ୍ରୀ ନୁସରତ ଜହାନଙ୍କୁ ଇଡି ସମନ  

mahabharatanews

ଫିଲ୍ମ ‘ଜୱାନ’ର ପ୍ରଥମ ସୋ’ଦେଖିବେ ସଲମାନ

mahabharatanews